ଛତ୍ରପୁର : ଛତ୍ରପୁର ଏନଏସି ଅନ୍ତର୍ଗତ ପୁତିଗୋପାଳପୁର ସ୍ଥିତ ହନୁମାନ ଛକ ଶ୍ରୀ ଗଣେଶ ପୂଜା କମିଟି ପକ୍ଷରୁ ମହାଆଡ଼ମ୍ବର ଭାବେ ଚଳିତ ବର୍ଷ ଗଣେଶ ପୂଜା ଆୟୋଜନ କରାଯାଇଛି, ପୂଜାର ତୃତୀୟ ଦିବସ ର ସନ୍ଧ୍ୟା ରେ ଅଂଚଳବାସିଙ୍କ ମନୋରଞ୍ଜନ ସକାଶେ ସ୍ଥାନୀୟ କଳାକାର ମାନଂକୁ ନେଇ ସଂଗୀତଓ ଡାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମ କୁ ଛତ୍ରପୁର ଏନଏସି ର ଉପାଧ୍ୟକ୍ଷ ଜି. ପାପା ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ, ସମ୍ମାନିତ ଅତିଥି ଭାବେ ପୂର୍ବତନ କାଉନସିଲର ବି. ରାଜୁବାବୁ, ଛତ୍ରପୁର ଏନଏସିର ୱାର୍ଡ ନଂ ୧ କାଉନସିଲର ଟି. ଗଣେଶ ରେଡ୍ଡୀ, ୱାର୍ଡ ନଂ ୨ କାଉନସିଲର ଅମରେଶ କୁମାର ମହାରଣା ଏବଂ ଯୁବ ନେତା ଟି. ନାରାୟଣ ଓ ସମାଜସେବୀ ନରହରି ସ୍ୱାଇଁ ପ୍ରମୁଖ ଯୋଗଦେଇ କମିଟି ର ଏଭଳି କାର୍ଯ୍ୟ କୁ ସ୍ୱାଗତ ଜଣାଇବା ସହ ଏହାଦ୍ୱାରା ଅଂଚଳ ର କଳାକାର ମାନେ ନିଜ ନିଜ କଳା ପ୍ରଦର୍ଶନ କରିବା ନିମନ୍ତେ ଅଧିକ ଉତ୍ସାହିତ ହୋଇପାରିବେ ବୋଲି ସେମାନେ କହିଥିଲେ, ଶେଷରେ ଭଲ କଳା ପ୍ରଦର୍ଶନ କରିଥିବା କଳାକାର ମାନଂକୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା, ସମସ୍ତ କାର୍ଯ୍ୟକ୍ରମ କୁ ଟି. ଅନିଲ, ବିଜୁ ବେହେରା ଓ ଟୁଟୁ ରେଡ୍ଡୀ ଙ୍କ ସମେତ ପୂଜା କମିଟିର ସମସ୍ତ ସଭ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ, ଏହି ଅବସର ରେ ପୂର୍ବତନ କାଉନସିଲର ଜୟନ୍ତୀ ଦୋରା ଙ୍କ ନେତୃତ୍ୱ ରେ ମହିଳା ମାନେ କୁକୁମ ପୂଜା କରିଥିଲେ
More Stories
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ