ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜଟଣୀ ପୌର ଅଧିକାରୀ ଓ କର୍ମକର୍ତ୍ତାମାନେ

Spread the love

ଜଟଣୀ : ଭାରତ ସ୍ବାଧୀନତାର ୭୭ ବର୍ଷ ଗତ ହୋଇଥିବା ବେଳେ, ଦେଶର ସମସ୍ତ ନାଗରିକ ସ୍ୱାଗତ କରୁଛନ୍ତି ୭୮ତମ ସ୍ୱାଧୀନତା ଦିବସକୁ। ସେହି ପରିପ୍ରେକ୍ଷିରେ ଚଳିତବର୍ଷ ୧୩୵୦୮୵ ୨୦୨୪ ତାରିଖରେ ଜଟଣୀ ପୌର ଅଧିକାରୀଙ୍କ ତତ୍ତ୍ବାବଧାନରେ, ପୌର ଅଧକ୍ଷ, ଉପାଦକ୍ଷ, କାଉନସିଲର, ସହକର୍ମୀ ଏବଂ ବୁଦ୍ଧିଜୀବୀଙ୍କୁ ନେଇ ଏକ ବାଇକ ରାଲିର ଆୟୋଜନ କରିଥିଲେ। ଏହି ବାଇକ ରାଲି ନାଇଜର ଠାରୁ ଆରମ୍ଭ ହୋଇ ଜଟଣୀ ସହର ପରିକ୍ରମା କରିଥିଲେ। ତାହାସହିତ ଜଟଣୀ ସହରାଞ୍ଚଳ ନାଗରିକ ମାନଙ୍କୁ ସଚେତନତାର ବାର୍ତ୍ତା ଦେଉଥିଲେ, ଘରେ ଘରେ ତ୍ରିରଙ୍ଗା ପତକା ଛାତରେ ଲଗାଇବା ପାଇଁ। ଯେଭଳି ଅଗଷ୍ଟ ୧୫ ତାରିଖକୁ ମହାସମାରୋହ ସହିତ ପାଳନ କରିବାକୁ ସଜାଗ କରିଥିଲେ। ଯାହା ଦେଖିବାକୁ ମିଳିଲା, ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ, ରାଜ୍ଯ ସରକାରଙ୍କ ଆହ୍ବାନ କ୍ରମେ ରାଜ୍ୟର ସମସ୍ତ ନାଗରିକ ସଜାଗ ହୋଇ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି I ସ୍ୱାଧୀନତାର ଅମୃତ ମହା ମହୋତ୍ସବ ପାଳନ କରୁଛନ୍ତି ରାଜ୍ୟବାସୀ। ଏହି ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତୀୟ ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଇଥିଲେ ପୌର କର୍ତ୍ତୃପକ୍ଷ। ତେବେ ଆସନ୍ତୁ ସଣିବା ପୌର କର୍ତ୍ତୃପକ୍ଷ କଣ କହିଛନ୍ତି।

You may have missed

error: Content is protected !!
Breaking News