ମାଲକାନଗିରି : ୫ ଲକ୍ଷ ଟଙ୍କା ଇନାମୀ ହାର୍ଡ କୋର ମାଓବାଦୀ ଅଜୟ କଲା ଆତ୍ମସମର୍ପଣ।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ର ଧମତରୀ ଜିଲ୍ଲା SP ଅଂଞନେୟ ବରନେୟ ଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସୀତାନଦୀ ଏରିଆ କମିଟି ମାଓ ସଂଗଠନ ରେ ଡେପୁଟି କମାଣ୍ଡର ଭାବେ ଥିଲା ମାଓ ନେତା ଅଜୟ। ପୁଲିସ ଉପରେ ଆକ୍ରମଣ ଏବଂ ହତ୍ୟା ଭଳି ଅନେକ ମାଓ ହିଂସାକାଣ୍ଡ ରେ ମାଷ୍ଟର ମାଇଣ୍ଡ ଥିଲା ଅଜୟ। ଛତିଶଗଡ ସରକାରଙ୍କ ପୁନର୍ବାସ ଏବଂ ଥଇଥାନ ନୀତିରେ ଆକର୍ଷିତ ହୋଇ ସେ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ସଂଗଠନରେ ବିବାହିତ ଜୀବନ ଏବଂ ପାରିବାରିକ ସୁଖରୁ ବଞ୍ଚିତ ହୋଇ ମାଓବାଦୀଙ୍କ ଜୀବନଶୈଳୀ ଏବଂ ଆଦର୍ଶ ଠାରୁ ତାଙ୍କର ଦୂରତା କ୍ରମାଗତ ଭାବରେ ବଢୁଥିଲା।ମାଓ ନେତା ଅଜୟ ଏସପି ଆଞ୍ଜନେୟ ବର୍ଷ୍ଣୟକୁ କହିଛନ୍ତି ଯେ ବରିଷ୍ଠ ମାଓବାଦୀ ନେତାଙ୍କ ଭେଦଭାବ, ଅବହେଳା ଏବଂ ନିର୍ଯ୍ୟାତନାରେ ଥକିଯାଇ ସେ ଆତ୍ମସମର୍ପଣ କରିଛନ୍ତି।ଆତ୍ମସମର୍ପଣ ନୀତି ଦ୍ବାରା ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା ଅଜୟ କହିଛି। ମାଓ ସଂଗଠନ ଆଦିବାସୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରରେ ଅତିଷ୍ଠ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛି ଅଜୟ। ମାଓ ଡେପୁଟି କମାଣ୍ଡର ଅଜୟ ଆତ୍ମସମର୍ପଣ କରିବା ପରେ ପୁଲିସ ଅଧିକାରୀ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅନୁଯାୟୀ ଅଜୟଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।
More Stories
25-11-2024
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024