ହରଘର ତିରଙ୍ଗା କାର୍ଯକ୍ରମରେ ଦୁଇ ସ୍ୱାଧିନତା ସଂଗ୍ରାମୀଙ୍କୁ ସମ୍ମାନିତ

Spread the love

ମୋରଡ଼ା : ଦେଶ ବ୍ୟାପି ହର ଘର ତୀରଙ୍ଗା କାର୍ଯ୍ୟକ୍ରମ ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ପ୍ରଯ୍ୟନ୍ତ ପାଳିତ ହେଉଥିବା ବେଳେ। ଭାରତ ସକାରରକଙ୍କ ସଂସ୍କୃତି ବିଭାଗ,ଛଉ ନୃତ୍ୟ ଏକାଡେମୀ ଚନ୍ଦନକିଆରୀ ଓ ସଂଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ଦ୍ବାରା ହର ଘର ତୀରଙ୍ଗା କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କାଣିମୋହୁଲି ଠାରେ ଅନୁଷ୍ଠିତ ହୋଇଯାଇଅଛି।
ପ୍ରଥମେ ତିରଙ୍ଗା ଧରି ଗ୍ରାମ୍ୟ ପରିକ୍ରମା ହୋଇଥିଲା ତିରଙ୍ଗା ଯାତ୍ରାରେ କାଣିମୋହୁଲି ଗ୍ରାମର ଶତାଧିକ ମହିଳା,ପୁରୁଷ, ଯୁବ,ଛାତ୍ର ସାମିଲ ହୋଇଥିଲେ। ଭାରତ ମାତାକି ଜୟ ସ୍ଲୋଗାନରେ ପ୍ରକମ୍ପିତ ହେଉଥିଲା ଗଗନ ପବନ। ଦେଶ ପ୍ରେମର ଭାବନା ସମସ୍ତଙ୍କ ମଧ୍ୟରେ ଜାଗ୍ରତ ହୋଇଥିବାର ଦେଖିବା ପାଇଁ ମିଳିଥିଲା। ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ରଖାଯାଇଥିଲା। ଜୁନିୟର ବିଭାଗରେ ଅଳକା ନାଏକ ପ୍ରଥମ, ପାୟଲ ଧିର ଦିତ୍ତିୟ, ମାମାଲି ସିଂ ତୃତୀୟ, ସବ ଜୁନିୟର ବିଭାଗରେ ବିନ୍ଦୁସାଗର ପାତ୍ର ପ୍ରଥମ, କବିତା ମୁଖୀ ଡିତ୍ତିୟ, କାହ୍ନୁ କୁମାର ଧିର ତୃତୀୟ, ସିନିୟର ବିଭାଗର ଲିଜା ପାତ୍ର ପ୍ରଥମ, ମିନାକ୍ଷୀ ସିଂ ଦିତ୍ତୀୟ, ରୀଙ୍କି ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥଲେ। ସ୍ୱାଧୀନତା ସଂଗ୍ରାମୀ ଦେବେନ୍ଦ୍ର ନାଥ ଶାତୁଆ ଓ ଲକ୍ଷ୍ମୀଧର ଧଳଙ୍କୁ ଭାରତ ସକାରରକଙ୍କ ସଂସ୍କୃତି ବିଭାଗ,ଛଉ ନୃତ୍ୟ ଏକାଡେମୀ ଚନ୍ଦନକିଆରୀ ଓ ସଂଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ଦ୍ବାରା ସମ୍ମାନିତ କରାଯାଇଥିଲା। ସୋଭାକର ମୁଖିଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ସମାପନ ହୋଇଥିବା ବେଳେ ମୂଖ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ ହରିହର ଧଳ , ସମ୍ମାନୀୟ ଅତିଥି ଶିକ୍ଷାବିତ ଲକ୍ଷ୍ମୀଧର ଧଳ, ସମ୍ମାନୀୟ ବକ୍ତା ଶିକ୍ଷାବିତ ଚନ୍ଦନେଶ୍ଵର ନାଏକ, ଛଉ ନୃତ୍ୟ ଏକାଡେମି ସଦସ୍ୟ ଦିଲ୍ଲୀପ କୁମାର ଜେନା,ଛଉ ନୃତ୍ୟ ଏକାଡେମି ସଦସ୍ୟ ବିଜୟ କର, ବାରାଣ୍ୟ ଅତିଥି ସମାଜସେବୀ କାଳୀଚରଣ ଦେସପ୍ରଧାନ ମଞ୍ଚରେ ଉପସ୍ଥିତ ଥିଲେ। ମଞ୍ଚଉପରେ କାଣିମୋହୁଲି ଶିବ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସତ୍ୟବ୍ରତ ଦେଶପ୍ରଧାନ, ଉପ ସଭାପତି ଅଜୟ କୁମାର ମହାନ୍ତ, କସାଧକ୍ଷ ଜଗଦୀଶ ମହାନ୍ତ, ଯୁଗ୍ମ ସମ୍ପାଦକ ସନାତନ ହେମ୍ବ୍ରମ ତତ୍ ସହିତ ସମାଜ ସେବା କ୍ଷେତ୍ରରେ ବରିଷ୍ଠ ସାମ୍ୱାଦିକ ଜୟନ୍ତ ଧଡା, ସାମ୍ୱାଦିକ ଚିତ୍ତରଞ୍ଜନ ସେଜପଡ଼ା,ସାମ୍ୱାଦିକ ଦେବେନ୍ଦ୍ରନାଥ ନାଏକ,ସାମ୍ୱାଦିକ ଦିଲ୍ଲୀପ ଚୌଧୁରୀ,ସାମ୍ୱାଦିକ ଦୀନକୃଷ୍ଣ ପାତ୍ର,ସାମ୍ୱାଦିକ ଦେବ କୁମାର ନାଥ,ସାମ୍ୱାଦିକ ମାନସ କୁମାର ଦାସ ଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବିଶିଷ୍ଟ ଛଉ ନୃତ ଗୁରୁ, ଛଉ ବିଶାରଦ ,ଛଉ ନୃତ୍ୟ ଏକାଡେମୀର ଉପଦେଷ୍ଟା କମିଟିର ସଦସ୍ୟ ତଥା ହର ଘର ତିରଙ୍ଗା କାର୍ଯ୍ୟକ୍ରମର ସଂଯୋଜକ ଗୁରୁ ପାଗୁଲୁ ଜେନାଙ୍କ ତ୍ଵତାବଧାନରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

error: Content is protected !!