କୋରାପୁଟ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିବସ ଅବସରରେ ବୈପାରିଗୁଡା ବ୍ଲକ ର ପୁରୁଣାଗୁଡ଼ା ଗ୍ରାମରେ ହର୍ସିତା ପ୍ରିୟଦର୍ଶିନୀ ମହାନ୍ତି ଓ ତାଙ୍କ ସବୁଜ ସାଥୀ ମିଳିତ ଭାବେ ନିଆରା ଢ଼ଙ୍ଗ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି। “କୃଷି ଭିତ୍ତିକ ଜୈବ ବିବଧତା ର ସୁରକ୍ଷା” ନିମନ୍ତେ ତିରିଶି ଜଣ ବାଳିକା ଙ୍କ ସହ ହର୍ସିତା ଏହି ବର୍ଷା ଋତୁରେ ଚାଷ କରିଥିବା ଦେଶୀ ଧାନ, ମଣ୍ଡିଆ ଗଛ ଗୁଡ଼ିକରେ ରାକ୍ଷୀ ବାନ୍ଧି ଥିଲେ। ଏବଂ ମିଳିତ ଭାବେ ଶପଥ ନେଇଥିଲେ କି ଆଗମୀ ଭବିଷ୍ୟତ ନିମନ୍ତେ ଆମ ଅଞ୍ଚଳ ର ଦେଶୀ ଧାନ, ମାଣ୍ଡିଆ, ସୁଆଁ ର ବିହନ କୁ ସୁରକ୍ଷା କରିବା ସହ ନିଜ ପରିବାର ତଥା ନିଜ ଅଞ୍ଚଳ ରେ ବ୍ୟାପକ ଚାଷ ନିମନ୍ତେ ସଚେତନତା ସୃଷ୍ଟି କରିବା। ଏଥି ପୂର୍ବ ରୁ ହର୍ସିତା ନିଜ ଖର୍ଚ୍ଚ ରୁ ପାଞ୍ଚଟି ଗ୍ରାମ ରେ ୫୯ ଜଣ ଚାଷୀ ଙ୍କୁ ଦେଶୀ ଧାନ, ମାଣ୍ଡିଆ, ବିହନ ପ୍ରଦାନ କରିଥିଲେ। ସେଥିମଧ୍ୟରୁ ତିରିଶି ଜଣ ବାଳିକାଙ୍କୁ ନିଜ ପରିବାର ସହ ଦେଶୀ ଧାନ ଚାଷ କରିବା ନିମନ୍ତେ ବିହନ ଯୋଗେଇଦେଇଥିଲେ। ଯାହାକୁ ଏହି ବର୍ଷା ଋତୁରେ ସମସ୍ତେ ଚାଷ କରିଥିଲେ। ଫଳରେ ଆଗମୀ ଭବିଷ୍ୟତ ରେ ଆମ ଅଞ୍ଚଳ ରେ ମିଳୁଥିବା ଦେଶୀ ବିହନ ବିଲୁପ୍ତ ହେବାରେ ରକ୍ଷା ପାଇବ। ଏଥି ସହ ସେ ସବୁଜ ସାଥୀ ବାଳିକାଙ୍କୁ ନିଜ ଗ୍ରାମ, ଓ ପରିବାର ରେ ନିଶା ନିବାରଣ ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ। ପ୍ରତ୍ୟେକ ଙ୍କୁ ଜଳବାୟୁ ପରିବର୍ତ୍ତନ ରେ ବୃ୍ଷରୋପଣ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆଜି ର ଏହି ଦିବସରେ ହର୍ସିତା ସମସ୍ତ ସାଥୀ ଙ୍କୁ ଆମ୍ବ ଓ ଲେମ୍ବୁ ଗଛ ବାଣ୍ଟିଛନ୍ତି ଏବଂ ଗଛ କୁ ରୋପଣ କରି ଏହାର ଯତ୍ନ ନେବା ପାଇଁ କହିଥିଲେ। ହର୍ସିତା ତା ପିଲାଟି ଦିନରୁ, ଭାରତ ରତ୍ନ ଏମ୍.ଏସ୍. ସ୍ବାମୀନାଥାନ,ପଦ୍ମଶ୍ରୀ କମଳା ପୂଜାରି ଙ୍କ ପ୍ରେରଣା ରେ ବିଲୁପ୍ତ ପ୍ରାୟ ଦେଶୀ ଧାନ,ମାଣ୍ଡିଆର ସଂରକ୍ଷଣ ଓ ବ୍ୟାପକ ଚାଷ ନିମନ୍ତେ ସଚେତନତା କରି ଆସୁଛନ୍ତି। ଏଥି ନିମନ୍ତେ ଜାତୀୟ, ଆନ୍ତର୍ଜାତୀୟ କର୍ମଶାଳା ରେ ଯୋଗଦାନ କରି ନିଜର ବ୍ୟକ୍ତବ ପ୍ରଦାନ କରି ଆସିଛନ୍ତି। ତାହା ସହ ଅନେକ ସୁନାମ ଅର୍ଜନ କରିପାରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ହର୍ସିତାଙ୍କ ସହ ତାଙ୍କ ସାଙ୍ଗମାନେ ସୁମିତ୍ରା,ପୂର୍ଣ୍ଣିମା, ସୋନାଲି, ସବିତା, ପାର, ରାଧିକା, ମାଣିକ, ମିନତି, ପ୍ରମିଳା, ମିକି, ରଞ୍ଜିତା,ଦମୁଣିଙ୍କ ସମେତ ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ