ବ୍ରହ୍ମପୁର : ସ୍ଥାନୀୟ ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ମଂଚ ସଭାପତି ପ୍ରଫେସର ଡଃ ଭାସ୍କର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏଥିରେ ବ୍ରହ୍ମପୁରର ଆଙ୍କୁଲୀସ୍ଥ ଇଶ୍ବରୀୟ ପ୍ରଜାପିତା ବ୍ରହ୍ମକୁମାରୀ (ଓଁ ଶାନ୍ତି) ସଂସ୍ଥାର ଦୁଇ ଭଗ୍ନି ସୁଶ୍ରୀ ମିନତୀ ଓ ସୁଶ୍ରୀ ସୁଜାତା କେନ୍ଦ୍ରର ସମସ୍ତ ସଦସ୍ୟଙ୍କୁ ରକ୍ଷା ସୁତ୍ର ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ ଏବଂ ସେହି ସଂସ୍ଥାର ଦୁଇ ଭ୍ରାତା ଶ୍ରୀ ଗଙ୍ଗାଧର ଓ ମୁନା ସେମାନଙ୍କୁ ସହଯୋଗ କରିଥିଲେ । ହସ କେନ୍ଦ୍ରର ସଭ୍ୟ ତଥା ଓଁ ଶାନ୍ତି ସଂସ୍ଥାର ସଦସ୍ୟ ଇଂ. ବାସୁଦେବ ସାହୁ ଅତିଥି ପରିଚୟ ଦେଇଥିଲେ । ପ୍ରଫେସର ପାଢ଼ୀ ରକ୍ଷା ବନ୍ଧର ଐତିହାସିକ ତଥା ଆଧ୍ୟାତ୍ମିକ ତଥ୍ୟ ବିଷୟରେ ଆଲୋକପାତ କରି ତାହାର ମହତ୍ବ ବର୍ଣ୍ଣନା କରିଥିଲେ । ଭଗ୍ନି ସୁଶ୍ରୀ ମିନତୀ “ରକ୍ଷା ବନ୍ଧନ ଏକ ସାମୁହିକ ଶାନ୍ତିର ନିଦର୍ଶନ” ଉପରେ ଗୁରୁତ୍ତ୍ବାରୋପ କରିଥିଲେ । ସଂପାଦକ ଶ୍ରୀ ସୁରେଶ ଜେନା ମଂଚ ପରିଚାଳନା କରିଥିଲେ । ଏଥିରେ ସର୍ବଶ୍ରୀ ରମେଶ ଚନ୍ଦ୍ର ଜେନା, କଂଗ୍ରେସ ସାହୁ, ସତ୍ୟବାଦୀ ମହାରଣା, ହରିବଂଧୁ ବେହେରା, ଉପ ସଭାପତି ପ୍ରଫେସର ଅରୁଣ କୁମାର ପଣ୍ତା, ଯୋଗ ଗୁରୁ ବିଭୂତି ଭୂଷଣ ବେହେରା, ବ୍ୟାୟାମ ଗରୁ ଶିବରାମ ପାଣିଗ୍ରାହି, କୋଷାଧ୍ୟକ୍ଷ ପ୍ରଫୁଲ କୁମାର ପାତ୍ର, ସହ ସଂପାଦକ ଇଂ. ବିନୋଦ ପାଣିଗ୍ରାହି, ଉପଦେଷ୍ଟା କେ. କ୍ରୀଷ୍ଣା ରାଓ, ରାଜ କିଶୋର ଆଚାର୍ଯ୍ଯ, କୈଳାଶ ଚର୍ଚ୍ଚି, ମନୋଜ ବେହେରା, ବିଶ୍ବନାଥ ପଣ୍ତା ସମେତ ପ୍ରାୟ ଶତାଧିକ ସଦସ୍ୟ ଓ ସାଧାରଣ ଜନତା ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ତିତ କରିଥିଲେ ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ