ହାତୀ ପ୍ରେମୀଙ୍କ ଜନ ସୁରକ୍ଷା, ଗଜ ରକ୍ଷା ନିମନ୍ତେ ବୈଠକ

Spread the love

କେନ୍ଦୁଝର : ମଙ୍ଗଳବାର କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ.ଡ଼ି. ଧନରାଜ ଏବଂ ହାତୀ ଲଭର ଗୃପ୍ ର ସଦସ୍ୟ ମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।  ଜନ ସୁରକ୍ଷା ଗଜ ରକ୍ଷା ଉପରେ ଆଧାରିତ ହାତୀ ଲଭର(ହାତୀ ପ୍ରେମୀ)ଗୃପର ସଦସ୍ୟ ପୁର୍ଣ୍ଣେନ୍ଦୁ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ବାବୁଲି ବାରିକ, ଅଜିତ କୁମାର ଆରୁକ, ସୁମନ୍ତ ମହାରଣା, ଦୀପକ ଖିଲାର, ସୁଦର୍ଶନ ସ୍ୱାଇଁ, ଜିତୁରାମ ମହାନ୍ତ, ସୁଶାନ୍ତ ବାରିକ ଓ ଚକାଡୋଳା ବାରିକ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ହାତୀ ଲଭର ଗୃପ ପୁରା କେନ୍ଦୁଝର ଜିଲ୍ଲା ସମେତ ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଝାରଖଣ୍ଡ ଅଞ୍ଚଳରେ ହାତୀ ମାନଙ୍କର ଗତିବିଧି ସମ୍ୱନ୍ଧରେ ପ୍ରତିଦିନ ଲୋକମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରି ସତର୍କ କରାଇବା ସହିତ ବନ ବିଭାଗ କର୍ମଚାରୀଙ୍କୁ ହାତୀ ଘଉଡ଼ାଇବାରେ ସହଯୋଗ କରୁଛନ୍ତି। ହାତୀ ମାନଙ୍କୁ ହଇରାଣ ନକରିବାକୁ ଲୋକମାନଙ୍କୁ ବୁଝାଉଛନ୍ତି ଯାହାକୁ କି ଭୁୟସୀ ପ୍ରଶଂସା କରିଛନ୍ତି ବନଖଣ୍ଡ ଅଧିକାରୀ ଏଚ ଡ଼ି ଧନରାଜ ଏବଂ ହାତୀମାନଙ୍କ ଦ୍ୱାରା କାହାର ଜୀବନ ହାନୀ, ଫସଲ କ୍ଷୟକ୍ଷତି, କିମ୍ବା ଘର ଭାଙ୍ଗିଲେ ସରକାରଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ପ୍ରୋତ୍ସାହନ ରାଶି କେମିତି ଲୋକମାନେ ପାଇପାରିବେ ସେ ଦିଗରେ ମଧ୍ୟ ଲୋକମାନଙ୍କୁ ଅବଗତ କରାଇବା ସହିତ ବନ ବିଭାଗ ଅଧିକାରୀଙ୍କୁ ସହଯୋଗ କରିବାକୁ କହିଥିଲେ । ହାତୀମାନଙ୍କୁ ଆକ୍ରମଣ କରୁଥିବା କିମ୍ବା କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ଲୋକଙ୍କୁ ଚିହ୍ନଟ କରିବାରେ ସହଯୋଗ କରିବାକୁ କହିଥିଲେ। ଏହି ଅବସରରେ ଜରୁରୀ ଆବଶ୍ୟକତା ଥିବା ସ୍ଥାନରେ ସୂଚନା ଫଳକ, ଟର୍ଚ୍ଚ ଲାଇଟ, ସୋଲାର ଲାଇଟ ଆଦି ଯୋଗାଇଦିଆଯିବାକୁ ମଧ୍ୟ ଘଷଣା କରାଯାଇଥିଲା।ଉପସ୍ଥିତ ଥିବା ଗୃପର ସମସ୍ତ ସଦସ୍ୟମାନେ ମଧ୍ୟ ନିଜ ନିଜର ମତ ରଖିଥିଲେ। ଶେଷରେ ହାତୀ  ଆଲୋଚନା ପାଇଁ ଆମନ୍ତ୍ରଣ କରିଥିବାରୁ ବନଖଣ୍ଡ ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ।

error: Content is protected !!