କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆ ସାହିର ୩ ବର୍ଷ ୩ ମାସର କୁନି ପୁଅ ଗୋକୁଳ ପୋଖରାଜ ପ୍ରସାଦ ପାଢ଼ୀ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ! ଏ ନେଇ ତାଙ୍କ ପାଖକୁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ତରଫରୁ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି ! ବାପା ଶିବ ପ୍ରସାଦ ପାଢ଼ୀ ଓ ମାଆ ମିନତୀ କୁମାରୀ ସ୍ବାଇଁଙ୍କ ସେ ହେଉଛନ୍ତି ଏକ ମାତ୍ର କୁନି ପୁଅ ! ଉଭୟ ବାପା ମାଆ ଛୋଟ ବୟସରେ ହିଁ ସାଧାରଣ ଜ୍ଞାନ ସମେତ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରି ଆସୁଥିଲେ ! ଯେଉଁଥିରେ କୁନି ପୁଅ ଜଣକ ବିଭିନ୍ନ ବିଷୟରେ ସବୁ କିଛି ମନେ ରଖି ପାରୁଥିଲେ ! ନର୍ସରୀରେ ନାମ ଲେଖାଇଥିବା କୁନି ପୁଅକୁ ପ୍ରଶ୍ନ ପଚାରଗଲେ ତାହାର ସେ ସଠିକ ଉତ୍ତର ଦେଇପାରୁଛନ୍ତି ! ପୁଅର ସଫଳତାକୁ ନେଇ ଉଭୟ ବାପା ମାଆ ଖୁସି ପ୍ରକଟ କରିଛନ୍ତି ! ଦୁହେଁ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିଲେ ମଧ୍ୟ ସମୟ ବାହାର କରି ପୁଅକୁ ବିଭିନ୍ନ ବିଷୟରେ ଶିକ୍ଷା ଦେଇ ଆସୁଛନ୍ତି ! ଭବିଷ୍ୟତରେ କୁନି ପୁଅ ଜଣକ ଡାକ୍ତର ହେଉ ବୋଲି ବାପା ମାଆ ଆଶା ରଖିଛନ୍ତି ! ଗୋକୁଳ ପୋଖରାଜ ପ୍ରସାଦ ପାଢ଼ୀ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଥିବାରୁ ପରିବାର ଲୋକେ ଖୁସି ଜାହିର କରିଛନ୍ତି !
More Stories
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁରରେ କାଳବୈଶାଖୀର କରାଳ ତାଣ୍ଡବ
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ