ଜବରଦଖଲ ଉଛେଦ ହେଲା ଏମକେସିଜି ଖେଳ ପଡିଆ, ଭଙ୍ଗାଗଲା ପୁରୁଣା କୋଠା

Spread the love

ବ୍ରହ୍ମପୁର : ଏମକେସିଜି ମେଡିକାଲ କଲେଜ ପଡିଆରୁ ଜବରଦଖଲ ହଟାଯିବା ସହ ବହୁ ବର୍ଷ ଧରି ରହିଥିବା ଏକ ପୁରୁଣା କୋଠାକୁ ଭାଙ୍ଗି ଦିଆଯାଇଛି ା ପଡିଆ ମଝିରେ ନିର୍ମାଣ ହୋଇଥିବା ୨ କ୍ରିକେଟ ଏକାଡେମୀର ଅଭ୍ୟାସ ସ୍ଥଳ ଓ ଭଲିବଲ କୋର୍ଟକୁ ଜେସିବି ସାହାର୍ଯ୍ୟ ଭାଙ୍ଗି ନଷ୍ଟ କରାଯାଇଛି ା ସେହିପରି ଫିଜିକାଲ ଏକାଡେମୀ ପକ୍ଷରୁ ଜବରଦଖଲ କରି ରଖାଯାଇଥିବା ପାଇଖାନାର ତାଲା ଭାଙ୍ଗି ଏମକେସିଜି ନିଜ ଅକ୍ତିଆରକୁ ନେଇଛି ା ଅନ୍ୟପକ୍ଷରେ ଏହି ପଡିଆ ଭିତରକୁ ସକାଳେ ଓ ସନ୍ଧ୍ୟାରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ନିଦ୍ଧିଷ୍ଟ ସମୟସମୀା ଧାର୍ଯ୍ୟ କରାଯାଇଛି ା

ପ୍ରକାଶଥାଉକି, ଏମକେସିଜି ମେଡିକାଲ ପରିସରରେ ଥିବା ଖେଳ ପଡିଆଟି ଏମକେସିଜିର ଡାକ୍ତର, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ବ୍ୟବହାର ପାଇଁ ଉଦ୍ଧିଷ୍ଟ ା ହେଲେ ବହୁ ବର୍ଷ ହେଲା ଏହି ପଡିଆରେ ସେହି ଅଞ୍ଚଳର ସାଧାରଣ ଲୋକେ ଶାରୀରିକ ବ୍ୟାୟାମ କରିବା ପାଇଁ ବ୍ୟବହାର କରି ଆସୁଥିଲେ ା ସମୟକ୍ରମେ ଏହି ପଡିଆରେ ବାହାର ଲୋକଙ୍କ ଦ୍ବାରା ବେଆଇନ ନିର୍ମାଣ ଓ ଅନୁପ୍ରବେଶ ବଢିବାରେ ଲାଗିଥିଲା ା କ୍ରିକେଟ ଶିକ୍ଷା ଦେଉଥିବା ଏକାଧିକ କ୍ଲବ ପକ୍ଷରୁ ପଡିଆ ଭିତରେ କ୍ରିକେଟ ପ୍ରାକ୍ଟିସ ପାଇଁ ଅନେକ ଲୁହା ପାଇପ ପୋତାଯିବା ସହ ଭଲିବଲ ପାଇଁ ବଡ ବଡ ଲୁହା ଖମ୍ବା ପୋତା ଯାଇଥିଲା ା ସେହିପରି ପିଜିକାଲ ଏକାଡେମୀ ପକ୍ଷରୁ ପଡିଆରେ ଶହଶହ ପ୍ରଶିକ୍ଷାର୍ଥୀ ଅଭ୍ୟାସ ଜାରି ରଖିବା ସହ ପାଟିତୁଣ୍ଡ ଏବଂ ହୋହାଲ୍ଲା କରୁଥିଲେ ା ପଡିଆ ଭିତରେ ନିର୍ମାଣ ହୋଇଥିବା ଏକାଧିକ ପାଇକାନା ଗୃହକୁ ପିଜିକାଲ ,କାଡେମୀ ପକ୍ଷରୁ ତାଲା ବନ୍ଦ କରି ତା’ ଭିତରେ ସାମଗ୍ରୀ ରଖାଯାଉଥିଲା ା ବାହାର ଲୋକଙ୍କ ଏଭଳି ଅନୁପ୍ରବେଶ ଯୋଗୁ ମେଡିକାଲ ଛାତ୍ରଛାତ୍ରୀଙ୍କ କ୍ରୀଡା ଆୟୋଜନ ସହ ଅନ୍ୟାନ୍ୟ ଅଭ୍ୟାସରେ ସମସ୍ୟା ଉପୁଜିଥିଲା ା

ସେହିପରି ପଡିଆରେ ପାଟିତୁଣ୍ଡ ଏବଂ ହୋହାଲ୍ଲା ଯୋଗୁ ନିକଟରେ ଥିବା ଡାକ୍ତରୀ ଛାତ୍ରାବାସର ଶୃଙ୍ଖଳା ଭଙ୍ଗ ହେଉଥିଲା ା ଯାହାକୁ ନେଇ ଖେଳ ପଡିଆରୁ ଜବରଦଖଲ ଉଚ୍ଛେଦ ପାଇଁ ଏମକେସିଜି ଛାତ୍ର ସଂଘ ପକ୍ଷରୁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଥିଲା ା ସେହିପରି ସହରର କିଛି ଆଇନଜୀବୀ ମଧ୍ୟ ଏ ନେଇ ଅଭିଯୋଗ କରିଥିଲେ ା ସେହିକ୍ରମରେ ଏମକେସିଜି କର୍ତ୍ତୃପକ୍ଷ ପଡିଆରେ ବେଆଇନ ନିର୍ମାଣ କରିଥିବା ଏବଂ ବିଶୃଙ୍ଖଳା କରୁଥିବା ସଂସ୍ଥାକୁ ହଟିଯିବାକୁ ନିର୍ଦେଶ ଦେବା ସହ ମହଲତ ଦେଇଥିଲେ ା ହେଲେ ଉପରୋକ୍ତ ସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ଏମକେସିଜି ପକ୍ଷରୁ ମାଜିଷ୍ଟ୍ରେଟ ପୁଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା ା ଏହି ସମୟରେ ଏମକେସିଜି ଡିନ ତଥା ଅଧ୍ୟକ୍ଷ ପ୍ରଫେସର ଡା. ସୁଚିତ୍ରା ଦାସ, ରେଜିଷ୍ଟ୍ରାର ସଂଗ୍ରାମ ପଣ୍ଡା, ବୈଦ୍ୟନାଥପୁର ଥାନା ଅଧିକାରୀ ସୁଚିତ୍ରା ପରିଡା, ପୂର୍ତ୍ତ ବିଭାଗ ଯନ୍ତ୍ରୀ କୁଳମଣି ଏକ୍କା, ଛାତ୍ର ସଂସଦ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ା

error: Content is protected !!