କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବନାଞ୍ଚଳ ଅନ୍ତର୍ଗତ ଶଙ୍କିରୀ ପଞ୍ଚାୟତ ଜଡ଼ିପଦା ବିଟ ସଂରକ୍ଷିତ ଜଙ୍ଗଲରେ ଏକ ଗୋଠ ଛଡ଼ା ଦନ୍ତା ଏକା ଏକା ବୁଲି ରାଜ୍ କରୁଛି। ସଂଧ୍ୟା ହେଲେ ମାତ୍ରେ ଚାଷ ଜମି ସହିତ ଜନ ବସତି ମୁହାଁ ହେଉଛି। ଯାହା ଫଳରେ ଜଙ୍ଗଲ ନିକଟ ବର୍ତ୍ତି ପଳାସପୋଖରୀ,କଣାପଶି,ଝିଲିପୋଷି, ଜଡିପଦା ପ୍ରଭୃତି ଗ୍ରାମର ଲୋକମାନେ ସଞ୍ଜ ନଇଁବା ମାତ୍ରେ ଭୟଭୀତ ହେଉଛନ୍ତି। ଏଣେ ହାତୀ ପାଇଁ ଲାଇନ୍ କାଟ ଯୋଗୁଁ ଜନ ବସତି ଲୋକେ ଅନ୍ଧାରରେ ଅଧିକ ଘାଣ୍ଟି ହେଉଛନ୍ତି। ହାତୀ ପାଇଁ ଲାଇନ୍ କାଟିବା ନିୟମ ଅଛି ଲାଇନ୍ କଟୁ କିନ୍ତୁ ବନ ବିଭାଗ ପକ୍ଷରୁ ଜଙ୍ଗଲ ନିକଟ ବର୍ତ୍ତି ଜନ ବସତିରେ ସୌରଚାଳିତ ଲାଇଟ୍ ଲଗାଇବାର ବ୍ୟବସ୍ଥା କରିବା ସହିତ ଜଙ୍ଗଲ ପାର୍ଶ୍ୱ ବର୍ତ୍ତି ରାସ୍ତା ଗୁଡିକୁ ପିଚୁକରି ଓ ଅଧିକ ଗଜସାଥୀ ନିୟଜତ କରି ହାତୀକୁ ସୁରକ୍ଷିତ ଭାବର ଜଙ୍ଗଲକୁ ଘଉଡ଼ାଇ ବାର ବ୍ୟବସ୍ତା କଲେ ଲୋକ ମାନେ କିଛି ମାତ୍ରାରେ ଭୟରୁ ରକ୍ଷା ପାଇପାରନ୍ତେ ବୋଲି ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ନାୟକଙ୍କ ସମେତ ଯୁବ ଓ ଶ୍ରମ ବିକାଶ ମଞ୍ଚର ସାଧାରଣ ସମ୍ପାଦିକା ଶୈଳବାକଳା ପରିଡା ପ୍ରଶାସନ ନିକଟରେ ଦାବି କରିଛନ୍ତି।
More Stories
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର
ତିନୋଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନକୁ ଶୁଭ ଉଦ୍ଘାଟନ କଲେ ମାନ୍ୟବର ବିଧାୟକ
ବିଜେଡି ଛାଡି ବିଜେପିରେ ମିଶିଲେ ଚିଡ଼ିପୁଡ଼ି ଗ୍ରାମର ବହୁ ଗ୍ରାମବାସୀ