ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ

Spread the love

ପାତ୍ରପୁର: ଦୁଇ ତିନି ଦିନ ଧରି ଲଗାଣ ବର୍ଷା ଫଳରେ ବାଘଲଟି ଜଳଭଣ୍ଡାର ଜଳ ପତନ ବୃଦ୍ଧି ପାଇଛି। ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଚାଷୀ ମହଲରେ ମହାଆନନ୍ଦ ପରିଲକ୍ଷିତ ହୋଇଛି। ଗତ ଋତୁରେ ବାଘଲଟି ଜଳ ଭଣ୍ଡାର ଶୁଖିଲା ପଡିଥିଲା। ଗତ ମାସରେ ପାଣି ଛଡା ଯିବା ଫଳରେ ଚାଷ ପାଇଁ ଜଳ ସଂରକ୍ଷଣ ୧%ପ୍ରତିଶତ କୁ ହ୍ରାସ ଫଳରେ ଚିନ୍ତା ବଢାଇ ଥିଲା। ଚଳିତ ମାସ ରେ ଆଜି ସୁଦ୍ଧା ବାଘଲଟି ଠାରେ ୨୫୬ ମିଲିମିଟର ବର୍ଷା ହୋଇଥିବା ବେଳେ ଗତ ମାସରେ ୧୨୧ମିଲିମିଟର ରେକର୍ଡ ହୋଇଛି। ସୋମବାର ଦିନ ଅପରାହ୍ନ ଚାରି ଘଣ୍ଟା ସୁଦ୍ଧା ବାଘଲଟି ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇ ୯୬.୩୭ ମିଟର ରେ ପହଞ୍ଚି ଥିବା ରେକଡ୍ ହୋଇଛି। ଗତବର୍ଷ ବର୍ଷା ଦିନରେ ବାଘଲଟି ଠାରେ ୧୧୬୪ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଚଳିତ ବର୍ଷ ଆଜି ସୁଦ୍ଧା ୭୧୦ମିଲିମିଟର ରେକଡ୍ ହୋଇଛି। ପାତ୍ରପୁର ବ୍ଳକ ସାରଥୀ ଧାମ ଜରଡାଗଡ ଠାରେ ପ୍ରବଳ ବର୍ଷା ଯୋଗୁଁ ଗ୍ରାମ ଡ୍ରେଇନ ରେ ପାଣି ଯାଇ ନପାରି କୁମ୍ଭାର ସାହି ର କେତେକ ଘରେ ପଶି ଥିବା ଖବର ମିଳିଛି।

error: Content is protected !!
Breaking News