ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଅଖଣ୍ଡ ଲୋକସେବା ସମିତିର ଦାବି

Spread the love

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କୁଟୁଗାଁ ଗ୍ରାମ ପଞ୍ଚାୟତର ସାନଯୋଡ଼ା, ଚିପିଣ୍ଡା, ଚମ୍ପାଡି ଓ ଜୟପୁର ଗ୍ରାମ ଗୁଡିକର ଜମି ଗୁଡିକୁ ନିକଟରେ ବୈତରଣୀ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ସାଧାରଣତ ଜଳ ସେଚନର କୌଣସି ସୁବିଧା ନଥିବା ଫଳରେ ବର୍ଷା ୠତୁରେ ମଧ୍ୟ ଭଲ ଚାଷ ହୋଇ ପାରି ନ ଥାଏ ଓ ଅନ୍ୟ ସମୟରେ ସମ୍ପୂର୍ଣ୍ଣ ଜମି ପଡିଆ ପଡିଥାଏ। ଏଥିପାଇଁ ସ୍ଥାନୀୟ ଅଖଣ୍ଡ ଲୋକ ସେବା ସମିତି ଓ ଗ୍ରାମବାସୀମାନେ ନିକଟସ୍ତ ବୈତରଣୀ ନଦୀରୁ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ କୃଷି କ୍ଷେତ୍ରକୁ ଜଳ ଯୋଗାଇ ଦେବାକୁ ଦାବି କରିଥିଲେ ଓ ସରକାରଙ୍କ ତରଫରୁ ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା ମାତ୍ର କେତେକ ସ୍ଥାନରେ ଜଙ୍ଗଲ ବିଭାଗର ଅନୁମତି ନାହିଁ କହି ଠିକା ସଂସ୍ଥା କାମକୁ ଅସମ୍ପୂର୍ଣ୍ଣ କରି ପକାଇଦେଇଛି। ଫଳରେ ସ୍ଥାନୀୟ ଲୋକେ ଜଳ ଅଭାବରୁ ଚାଷ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମଖିନ ହେଉଛନ୍ତି ଓ ମୌସୁମୀ ବର୍ଷା ସଠିକ ଭାବେ ହେଉ ନଥିବାରୁ ମରୁଡି ଆଶଙ୍କା ଦେଖା ଦେଇଛି।ଚାଷକୁ ମରୁଡି ଦାଉରୁ ରକ୍ଷା କରିବା ଓ ଆଗାମୀ ଶୀତ ଋତୁରେ ଆଳୁ ଏବଂ ଅନ୍ୟାନ୍ୟ ପନିପରିବା ଚାଷକୁ ଉଠା ଜଳସେଚନ ପ୍ରକଳ୍ପକୁ ସମ୍ପୁର୍ଣ୍ଣ କରି କୃଷି କ୍ଷେତ୍ରକୁ ଜଳ ଯୋଗାଇଦେବା ପାଇଁ ପ୍ରମୋଦ ବାରିକ, ମାଦାଇ ପୂର୍ତ୍ତି, ଧୀରେନ ମହାକୁଡ଼, ଜଳଧର ପଲେଇ, ରାଜେନ୍ଦ୍ର ବାରିକ, ଗଣେଶ ପୂର୍ତ୍ତି ପ୍ରମୁଖ ଅଖଣ୍ଡ ଲୋକସେବା ସମିତିର ସଦସ୍ୟଙ୍କ ସହିତ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ସମବାର ଲିଖିତ ଦରଖାସ୍ତ ଦେଇ ଦାବି ଉପସ୍ଥାପନ କରିଛନ୍ତି।

error: Content is protected !!