ବୁଗୁଡା : ଗଞ୍ଜାମ ଜିଲ୍ଲା ଜୁଡିସିଆଲ ଜଜଙ୍କ ଏକ ଜାଲ ନିଯୁକ୍ତି ପତ୍ର ଦେଇ ଟଙ୍କା ନେଇଥିବା ଅଭିଯୋଗ କ୍ରମେ ବୁଗୁଡା ଥାନାରେ ୭/୮/୨୪ ତାରିଖ ଦିନ କେଶ ନଂ ୩୯୮/୨୪ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ବୁଗୁଡା ଷୋହଳ ମଇଲର ପ୍ରଭାତ କୁମାର ପାତ୍ର ଏବଂ ଭଞ୍ଜନଗର ଲଣ୍ଡେଇ ସାହିର ରମେଶ ଚନ୍ଦ୍ର ପାତ୍ର ଓ ଜନ୍ମେଜୟ ନନ୍ଦ ପାଣିଗ୍ରାହୀ ଓରଫ ଟୁଲୁ ପାଣିଗ୍ରାହୀ ତିନି ଜଣଙ୍କୁ ଗତ ୯/୮/୨୪ ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ ହୋଇଥିଲେ। ସେହି କେଶ ପ୍ରକାରେ ୨୫/୮/୨୪ ତାରିଖ ଦିନ ଭଞ୍ଜନଗର ଥାନା ଅନ୍ତର୍ଗତ ସାନ ତୁଳସୀପଲ୍ଲୀ ଗ୍ରାମର ସିଏଚ.ନରହରି ସୁବୁଦ୍ଧିଙ୍କ ପତ୍ନୀ ଏ.ଦେବକୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ପୋଲିସ ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ