କଳାହାଣ୍ଡି: ଭବାନୀପାଟଣା ସ୍ଥିତ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି | ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମଦିନ କୁ ଜନ୍ମାଷ୍ଟମୀ ରୂପେ ପାଳିତ ହୋଇଥାଏ | ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରେ ପାଳିତ ଜନ୍ମାଷ୍ଟମୀ ଆଧ୍ୟାତ୍ମିକ ଚେତନା ସୃଷ୍ଟି ସହ ଭାରତୀୟ ସଂସ୍କୃତି ଓ ପରମ୍ପରା ର ଜ୍ୱଳନ୍ତ ଉଦାହରଣ | ଏହି ପର୍ବ ଆମକୁ ଭଗବାନ ଶ୍ରୀକୃଷ୍ଣ ଦେଖେଇଥିବା ପଥରେ ଚାଲିବା ଏବଂ ତାଙ୍କର ଆଦର୍ଶ କୁ ପାଳନ କରିବା ସହିତ ମାନବ ଜାତିର ବିକାଶ ଲାଗି ଆମକୁ ଯୋଗଦାନ ଦେବାକୁ ସନ୍ଦେଶ ଦେଇଥାଏ ବୋଲି ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ଶତାଧିକ ଛାତ୍ରଛାତ୍ରୀ କୃଷ୍ଣ ରାଧା କୌତୁହଳ ପୋଷାକ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ | ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ |
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ