ଜନ୍ମାଷ୍ଟମୀ ଉତ୍ସବରେ ଯୋଗ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର

Spread the love

ମୋରଡ଼ା : ଆଜି ପବିତ୍ର ଜନ୍ମାଷ୍ଟମୀ ,ଏହି ଦିନଟି ସମସ୍ତଙ୍କ ପାଇଁ ଉତ୍ସବର ଦିନ ଏହି ଦିନଟି ସାରାଦେଶରେ ମହା ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଦେଉଳି ସ୍ଥିତ ଚନ୍ଦ୍ରିକା କଳା ବିକାଶ କେନ୍ଦ୍ର ଠାରେ ମହାଡମ୍ବର ସହକାରେ ପାଳିତ ହୋଇଯାଇଛି । ଜନ୍ମାଷ୍ଟମୀ ଉତ୍ସବ ପାଳନ ସହିତ ଆଜି ଚନ୍ଦ୍ରିକା କଳା ବିକାଶ କେନ୍ଦ୍ରର ୩୧ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଈ କୁନି କୁନି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ଶ୍ରୀ କୃଷ୍ଣଙ୍କ ଅବତାର ଓ ମାହାତ୍ମ୍ୟ ସମ୍ଵନ୍ଧରେ ଆଲୋକପାତ କରିଥିଲେ। ପରି ଶେଷରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା। ପ୍ରତିଷ୍ଠାତା ମୋନଜ କୁମାର ବେହେରା ଅତିଥି ପରିଚୟ କରିଥିବା ବେଳେ, ବିଜେପି ଜିଲ୍ଲା ସଭାପତି କାଦ୍ରା ସୋରେନ, ବିଶିଷ୍ଟ ସମାଜସେବୀ ପ୍ରଦିପ ମହାନ୍ତି, ମୟୂରଭଞ୍ଜ ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଅରୁଣ କୁମାର ଓତା,ସାମ୍ୱାଦିକ ସଂଘ ଉପ ସଭାପତି ସୌରଭ ପଟ୍ଟନାୟକ,ଶୁଳିଆପଦା ବ୍ଲକ ଅଧ୍ୟକ୍ଷ ପାନମଣି ମାରାଣ୍ଡି, ୫୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ନଗେନ୍ଦ୍ର ନାଥ କିସ୍କୁ, ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଅଧକ୍ଷ କିଶୋର କୁମାର ଗିରି,ଶୁଳିଆପଦା ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା, ଜାମ୍ଭିରା ଫାଣ୍ଡି ଅଧିକାରୀ ରମେଶ ମାଝୀ, ବିବରଣୀ ପାଠ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷା ଚନ୍ଦ୍ରିକା ପୁଥାଳ,ଧନ୍ୟବାଦ ଅର୍ପଣ କରୁଥିଲେ ନାରାୟଣ ପୃଷ୍ଟି। ମନ୍ତ୍ରୀ ଛାତ୍ର ଛାତ୍ରୀଙ୍କ ସହ ରାଧା କୃଷ୍ଣ ନାମ ଜପି ନାଚିଥିଲେ।

error: Content is protected !!
Breaking News