ଆଜି ପ୍ରେସ କ୍ଲବର ଅବିଭକ୍ତ ପରାମର୍ଶ ଦାତା ଭାବେ ବିଧିବଦ୍ଧ ଯୋଗ ଦେଲେ ଜଟଣୀର ଆଇନଜୀବୀ ବିଜୟ କୁମାର ମହାପାତ୍ର। ସେ ଛାତ୍ର ଜୀବନରୁ ଛାତ୍ର ନେତା ରୂପେ ପରିଚିତ ହୋଇ ଆସିଛନ୍ତି। ଜଟଣୀ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ଅର୍ଜନ କରିବା ସଙ୍ଗେ ସଙ୍ଗେ ରାଜଧାନୀ ଆଇନ ମହାବିଦ୍ୟାଳୟରୁ ସ୍ନାତକ ଅର୍ଜନ କରିଛନ୍ତି। ଜଟଣୀ ବାର ଆସୋସିଏସନର ପୂର୍ବତନ ସମ୍ପାଦକ ରୂପେ ସ୍ଥାନ ଅଳଙ୍କୃତ କରିଥିଲେ। ବର୍ତ୍ତମାନ ସେ ଜଟଣୀ କୋର୍ଟ ଏବଂ ଭୁବନେଶ୍ୱର କୋର୍ଟରେ ଜଣେ ଅଭିଜ୍ଞ ଆଇନଜୀବୀ ରୂପେ କାର୍ଯ୍ୟ କରି ଚାଲିଛନ୍ତି।
More Stories
13.01.2025
4-12-2024
25-11-2024