ଜାତୀୟ କ୍ରୀଡା ଦିବସ ଶୁଭାରମ୍ଭ କଲେ ଜିଲ୍ଲାପାଳ

Spread the love

ନୟାଗଡ : ଷ୍ଟାଡିଅମ ଠାରେ ଜାତୀୟ ଖେଳ ଦିବସ ନୟାଗଡ ପ୍ରଶାସନ ପକ୍ଷରୁ ପାଳନ କରାଯାଇଛି ଅଗଷ୍ଟ 26ରୁ 31 ପର୍ଯ୍ୟନ୍ତ ଏହା ସାରା ଦେଶ ପାଳନ କରୁଛି ହକି ଯାଦୁଗର କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଦିବସରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ଆଜି ନୟାଗଡ ଷ୍ଟାଡିଅମ ଠାରୁ ଶୋଭାଯାତ୍ରାରେ ବାହାରି ନୟାଗଡ କଲେଜ ରୋଡ଼ ନାରାୟଣୀ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପତାକା ଦେଖାଇ ଉଦଘାଟନ କରିଥିଲେ, ଧ୍ୟାନଚନ୍ଦଙ୍କ ଫୋଟରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା ଏହି ଅବସରରେ ଷ୍ଟାଡିଅମ ଠାରେ ଫୂଟବଲ ମ୍ୟାଚ ଆୟୋଜନ କରାଯାଇଥିଲା ଜିଲ୍ଲାପାଳ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ପରିଦର୍ଶନ କରି ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଖେଳ ଅଧିକାରୀ ସୁଜାତା କୁମାରୀ ସାହୁ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିମ ର ଘନଶ୍ୟାମ ବେହେରା, ୱଟ ଲିଫଟିଙ୍ଗ ରଶ୍ମିତା ମହାରଣା, ଇଣ୍ଡୋର ଷ୍ଟାଡିଅମ ଦାୟିତ୍ୱରେ ଥିବା ବ୍ୟାଡ଼ମୀଣ୍ଟନ କୋଚ କାହ୍ନୁଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ

error: Content is protected !!
Breaking News