Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଭାଗ ନେବେ ଗଞ୍ଜାମର ଶିବପ୍ରସାଦ

Spread the love

ଗଞ୍ଜାମ ଅନ୍ତର୍ଗତ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ଗ୍ରାମର ବଟେଶ୍ୱର ଜେନାଙ୍କ ଏକମାତ୍ର ପୁଅ ଶିବପ୍ରସାଦ ଜେନା ଆସନ୍ତା 8 ତାରିଖରେ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଭାଗ ନେବେ l ଏଥିପାଇଁ ଆସନ୍ତା 5 ତାରିଖରେ ତାମିଲନାଡୁ ଗ୍ରସ୍ତ କରିବେ l ଶିବପ୍ରସାଦ ସ୍ଥାନୀୟ ଜୟଶ୍ରୀ କେମିକାଲସ କନଭେଣ୍ଟ ଇଂଲିଶ ମିଡିୟମ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ଅଧୟନ କରୁଛନ୍ତି l ଷ୍ଟାଣ୍ଡାର୍ଡ ଥ୍ରୀରେ ପାଠ ପଡୁଥିବା ବେଳେ ଟାଇକୋଣ୍ଡ ପ୍ରତି ଶିବପ୍ରସାଦଙ୍କ ଆଗ୍ରହ ବଢିଥିଲା l ପୁଅର ଆଗ୍ରହ ଦେଖି ବାପା ମା ସମସ୍ତ ସହଯୋଗ କରିବା ସହ ପ୍ରଶିକ୍ଷଣ ନିମନ୍ତେ କୋଚ ସିଏଚ ପ୍ରସାଦ ନାୟକ ଓ ଆର ଅଭିମନ୍ୟୁ ରେଡିଙ୍କ ଯୋଗାଯୋଗ କରିଥିଲେ l ସେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି l ଜିଲ୍ଲା ସ୍ତରୀୟ 14 ଵର୍ଷରୁ କମ ପ୍ରତିଯୋଗିତାରେ ପୁରୁଷୋତ୍ତମପୁର ଠାରେ ଗୋଲଡ଼ ଏବଂ ପୁରୀରେ ଅନୁଷ୍ଠିତ ଏକ ପ୍ରତିଯୋଗିତାରେ ସିଲଭର ପାଇ ସମସ୍ତଙ୍କୁ ଚକିତ କରିଥିଲେ ଶିବପ୍ରସାଦ l ଏଥିସହ କେଉଁଝର ନିର୍ମାଣ କୋଭିଡ ସ୍କୁଲରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଭାଗ ନେଇ ସେଠାରେ ମଧ୍ୟ ଗୋଲଡ଼ ମେଡାଲ ଜିତି ରାଜ୍ୟ ପାଇଁ ଗୌରବ ଆଣିବା ସହ ଜାତୀୟ ସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ଶିବପ୍ରସାଦ l ତାଙ୍କର ଏହି ସଫଳତା ପାଇଁ ଗତ ଅଗଷ୍ଟ 31 ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏନଏସି ପ୍ରଶାସନ ପକ୍ଷରୁ ଶିବପ୍ରସାଦଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ନିଜ ସଫଳତା ପାଇଁ ବାପା ଓ ମା ଙ୍କ ପ୍ରେରଣା ଆଶ୍ରିବାଦ ଏବଂ କୋଚଙ୍କ ପ୍ରଶିକ୍ଷଣକୁ ଶ୍ରେୟ ଦେଇଛନ୍ତି ଶିବପ୍ରସାଦ l

error: Content is protected !!
Breaking News