ଜୟଦେବ ଭବନରେ ଶହୀଦ ବାଜି ରାଉତ ଜୟନ୍ତୀ

Spread the love

ଭୁବନେଶ୍ୱର : ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ ରୂପେ ପାଳନ କରାଯିବ ।

https://www.instagram.com/manthanliveodia?igsh=MTc3a3pnNXk0YzBjNQ==

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଅନେକ ବୀର ଓଡିଆଙ୍କ ମଧ୍ୟରେ ଶହିଦ ବାଜି ରାଉତଙ୍କ ସ୍ଥାନ ଅନନ୍ୟ ଓ ସବୁଠାରୁ ଭିନ୍ନ। କେବଳ ଓଡିଶା ନୁହେଁ, ସାରା ଭାରତର କନିଷ୍ଠତମ ସ୍ଵାଧୀନତା ସଂଗ୍ରାମୀଭାବେ ମାନ୍ୟତା ପାଇଥିବା ଏହି ବୀର ବାଳକଙ୍କ ଜୀବନୀ ସ୍ୱଳ୍ପ ହୋଇଥାଇ ପାରେ, ହୁଏତ ତାଙ୍କର ବୀରତ୍ବର ଗାଥା ଇତିହାସର ଗୋଟିଏ କିମ୍ବା ଦୁଇଟା ପୃଷ୍ଠାରେ ସୀମାବଦ୍ଧ ହୋଇଥାଇ ପାରେ, କିନ୍ତୁ ସେଇ ବୀରତ୍ଵର ଗାଥା ଭବିଷ୍ୟତ ପିଢିକୁ ବ୍ରିଟିଶ ସରକାର ବିରୁଦ୍ଧରେ ଲଢିବା ପାଇଁ ଲକ୍ଷ ଲକ୍ଷ ବାଜି ରାଉତ ସୃଷ୍ଟି କରିଥିଲା।

ଭାରତ ଇତିହାସରେ ବାଜି ରାଉତ ହେଉଛନ୍ତି ଦେଶର ସର୍ବ କନିଷ୍ଠ ସ୍ବାଧୀନତା ସଂଗ୍ରାମୀ ଶହୀଦ। ଶହୀଦ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ତାଙ୍କ ଜୟନ୍ତୀ ପାଳନ ବାସ୍ତବିକ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶହୀଦ ବାଜି ରାଉତଙ୍କ ବଳିଦାନକୁ ଜାତୀୟ ସ୍ତରରେ ପ୍ରଚାରିତ କରିବାର ସମୟ ଆସିଛି।

https://twitter.com/OdishaManthan?t=zq2TwcN334FYcoIFKAOiag&s=09

ଶହୀଦ ବାଜି ରାଉତ ମେମୋରିଆଲ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା, କ୍ରୀଡା, ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶ୍ରୀ ଶତୃଘ୍ନ ଜେନା, ପରଜଙ୍ଗ ବିଧାୟକ ଶ୍ରୀ ବିଭୁତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଶହୀଦ ବାଜିରାଉତ ମେମୋରିଆଲ ଫାଉଣ୍ଡେସନର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ଆଇଚ ସ୍ୱାଗତ ଭାଷଣ ଦେଇଥିଲେ।

error: Content is protected !!
Breaking News