ଜୟପୁର ସିଟିଜେନ୍ କମିଟି ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ଦାବି

Spread the love

ଜୟପୁର : ଜୟପୁର ସହରର ଅଗ୍ରିଣ ଅନୁଷ୍ଠାନ ଜୟପୁର ସିଟିଜେନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକାରୀଣି ବୈଠକରେ ଜୟପୁର ସହରରେ ସମ୍ପୂର୍ଣ ଭିତ୍ତି ଭୂମି ପ୍ରସ୍ତୁତ ହୋଇ ରହିଥିବା କେନ୍ଦ୍ରୀୟ ବିଦ୍ୟାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରାଯାଇଛି । ଏହା ସହ ଜୟପୁର ମୁଖ୍ୟ ଡାକଘର ଠାରେ ଏକ ରାତ୍ରୀ କାଳୀନ ଡାକ ଘର ଆରମ୍ଭ କରିବା ଏବଂ ଡାକଘରେ ରେଳ ଟିକେଟ ବିକ୍ରି କରିବା ପାଇଁ ଦାବି କରିଛି।

ପ୍ରତ୍ୟେକ ବର୍ଷ ଭଳି ଆଗମୀ ଅକ୍ଟୋବର ୧ ତାରିଖରେ ବୟଜ୍ୟେଷ୍ଟ ନାଗରିକ ଦିବସ ପାଳନ ନିଜସ୍ଵ ଭବନରେ ପାଳନ କରିବାକୁ ନିଷ୍ପତ୍ତି ନେବା ସହ ଏହି ଦିବସରେ ମୁଖ୍ୟ ଅତିଥି ସମ୍ମାନିତ ଏବଂ ମୁଖ୍ୟ ବକ୍ତା ନିର୍ଦ୍ଧାରଣ କରିବାକୁ ସଭାପତିଙ୍କୁ ଦାୟିତ୍ୱ ଦିଆଯିବା ସହ ଏକ କମିଟି କରାଯାଇ ଜୟପୁର ସହରର ପାଞ୍ଚ ଜଣ ବୟଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଚିହ୍ନଟ କରିବାକୁ ଦାଇତ୍ୱ ଦିଆଗଲା। ଏହି ବୈଠକଟିକୁ କମିଟି ସଭାପତି ମିନକେତନ ଦାସ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଡ.ସୁରେଶ ଦାସ, ସତ୍ୟବାନ ପଣ୍ଡା,ସମ୍ପାଦକ ଗିତା ପ୍ରକାଶ ମିଶ୍ର, କୋଷାଧ୍ୟକ୍ଷ ରତ୍ନାକର ଚୌଧୁରୀ, ଉପସଭାପତି ଦେବେନ୍ଦ୍ର ବାହିନିପତି, ଯାଦବ ସୁବୁଦ୍ଧି, ନାଗେଶ୍ଵର ରାଓ, ନରସିଂହ ପାଣିଗ୍ରାହୀ, ନିଳାଞ୍ଚଳ ପ୍ରଧାନ ପ୍ରମୁଖ ରହିଥିବା ବେଳେ ଅଧିବକ୍ତା ମଦନମୋହନ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed

error: Content is protected !!
Breaking News