Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଜେଇ ଓ ଠିକାଦାର ମିଳିମିଶି ଖାଇଗଲେ ପାଚେରୀ ଟଙ୍କା

Spread the love

ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଅନ୍ତର୍ଗତ ଗଡବାଣିକିଲୋ ଗ୍ରାମ ରେ ନୂତନ ଭାବେ ନିର୍ମିତ ହୋଇଥିବା ରାଜସ୍ୱ ନିରୀକ୍ଷକ ଅଫିସ ଗୃହ ର ପାଚେରୀ ଏବେ ଭାଙ୍ଗିବା ଅବସ୍ଥାରେ,,, ଏଇ କିଛି ଦିନ ଲାଗି ରହିଥିବା ସାଧାରଣ ବର୍ଷା ରେ ପାଚେରୀ ସବୁ ଫାଟି ଆଁ କଲାଣି ଯାହା ଆଗକୁ ଭୁଷୁଡି ବା ସହ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବା ସ୍ପଷ୍ଟ ବାରିହୋଇ ପଡୁଛି। ସୁଚନା ମୁତାବକ ପ୍ରାୟ ତିରିଶ ଲକ୍ଷ ବ୍ୟୟ ବରାଦ ରେ ନିର୍ମିତ ହୋଇଥିବା ଏହି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠିକାଦାର ଏବଂ ଅସାଧୁ ପ୍ରାସାସନିକ ଅଧିକାରୀ ଙ୍କ ସହଯୋଗରେ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ଜଣାପଡିଛି। ଅଫିସ ଗୃହ ଟି ର କାର୍ଯ୍ୟ ସଂପୂର୍ଣ୍ଣ ହୋଇ ରାଜସ୍ବ ନିରୀକ୍ଷକଙ୍କୁ ହସ୍ତାନ୍ତର ହୋଇ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଫିସ କାର୍ଯ୍ୟକାରୀ ହୋଇନାହିଁ। ଯାହା ଫଳରେ ଅଞ୍ଚଳ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାସହ ଅଫିସ କୁ ପାଣି ପାଇଁ ଏକ ନୂତନ ବୋରିଙ୍ଗ ଖୋଳା ହେବାକୁ ଥିଲେ ମଧ୍ୟ ବଡ଼ ଚାଲାକି କରି ଠିକାଦାର,, ପାଖରେ ଥିବା ସ୍କୁଲ ର ଏକ ପରିତ୍ୟକ୍ତ କୂଅରେ ମୋଟର ସଂଯୋଗ କରାଇ ବିଲ୍ ହଡପ କରିନେଇଥିବା ଅଭିଯୋଗ ହୋଇଛି। ତେଣୁ ଏଠାରେ ଜନ ସାଧାରଣ ରେ ପ୍ରଶ୍ନ ଉଠୁଛି ଯେ କେବେ ଏହି ରାଜସ୍ଵ ନିରୀକ୍ଷକ ଅଫିସ କାର୍ଯ୍ୟକାରୀ ହେବ ? ଏବଂ ହୋଇଥିବା ନିମ୍ନ ମାନର କାର୍ଯ୍ୟପାଇଁ ପ୍ରସାଶନିକ ସ୍ତରରେ ଠିକାଦାର ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

error: Content is protected !!
Breaking News