ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟମରା ପଞ୍ଚାୟତ ଅନ୍ତର୍ଗତ ଚେପଟିଆଁମ୍ବା ଗ୍ରାମରେ ଗତ ୧୫ ହେଲା ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସେହିପରି ଗ୍ରାମରେ ଅନେକ ଲକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ବହୁ ଛୋଟ ଛୋଟ ଶିଶୁ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଇ ସୁସ୍ଥ ଥିବା ବେଳେ କିଛି ଅସୁସ୍ଥ ଥିବା ଜଣାପଡିଛି। ଗ୍ରାମ ବାସୀ ଅଭିଯୋଗ ପ୍ରକାରେ ଗୋତମାସ ୨୦ ତାରିଖ ଦିନ ଗ୍ରାମର କେଶବ ମାଝୀଙ୍କ ସ୍ତ୍ରୀ ବିମଳା ମାଝୀ (୪୨)ଙ୍କୁ ସକାଳୁ ପ୍ରଥମେ ଝାଡ଼ା ବାନ୍ତି ହେଇଥିଲା। ସନ୍ଦ୍ୟା ସମୟରେ ଗୁରତର ଅବସ୍ଥାରେ ଡ଼ାବୁଗାଁ ଗୋଷ୍ଠୀ ସ୍ୟୁସ୍ଥ୍ୟ କେନ୍ଦ୍ରରେ ପାରିବାର ଲକେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ସୁସ୍ଥ ହାଇ ଘରକୁ ଫେରିଥିଲେ। ଘରକୁ ଫେରିବାର କିଛିଦିନ ପରେ ପୁଣି ଝାଡ଼ାବାନ୍ତି ହେଇଥିଲା। ଫଳରେ ୨୪ ତାରିଖ ଦିନ ଘରେ ତାଙ୍କର ମୃତ୍ୟୁ ହୋଇଥିବା। ଅଭିଯୋଗ ହୋଇଛି। ସେହିପରି ଗତ ୨୯ ତାରିଖ ଦିନ ଟିବୁ ଜନୀଙ୍କ ସ୍ତ୍ରୀ ରମା ଜାନି(୪୭)ଙ୍କୁ ସକାଳୁ ଝାଡ଼ାବାନ୍ତି ହେଇଥିଲା। ସ୍ବାମୀ ଟୀବୁ ଗାଈ ଚରାଇବାକୁ ଯାଇଥିବା ବେଳେ ରମା ପ୍ରାୟ ୬ଥର ଝାଡ଼ା ଓ ବାନ୍ତି ହୋଇ ଗୁରୁତର ହୋଇଥିଲେ ସ୍ବାମୀ ଘରକୁ ଆସିବା ପରେ ଆମ୍ବୁଲେନ୍ସକୁ ଯୋଗାଯୋଗ କରିଥିଲେ। ତେବେ ଆମ୍ବୁଲାନ୍ସ ଚେପତଟିଆମ୍ବା ପହଞ୍ଚିବା ପୂର୍ବରୁ ରମାର ଘରେ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଗ୍ରାମର ବହୁ ଛୋଟ ଛୋଟ ଶିଶୁ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଇ ସୁସ୍ଥ ଥିବା ବେଳେ କିଛି ଗୁରୁତର ଅସୁସ୍ଥ ଥିବା ଜଣାପଡିଛି। ସେହିପରି ଗ୍ରାମର ଡାଳ ଜାନି, ତୁଲସା ଜାନି, ରାଧିକା ନାୟକ, ହିରମଣି ଜାନି, ଅନ୍ତୁ ଜାନି, ପୂର୍ଣ୍ଣ ଜାନି, ରାଜେନ୍ଦ୍ର ଜାନି, ପବିତ୍ର ଜାନି, ପ୍ରମୁଖ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେହିପରି ଆଜି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡମାଇ ଜନୀଙ୍କୁ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କଯାଇଛି। ଅନ୍ୟପକ୍ଷେ ଆଜି ଅପରାହ୍ନରେ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଡକ୍ଟର ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ଵରେ ମେଡ଼ିକାଲ ଟିମ୍ ଗ୍ରାମରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା ଚାଲିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରି ଡକ୍ଟର ଅରବିନ୍ଦ ପଣ୍ଡା ସୂଚନା ଦେଇଛନ୍ତି।
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ