Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଝୋଲରୀ ଜାରାଶ୍ରମରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

Spread the love

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଝୋଲରୀ ଗ୍ରାମର ଜୟ କିଷାନ ସେବାଶ୍ରମରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅଗଷ୍ଟ ୧୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଜୟ କିଷାନ ସେବାଶ୍ରମ ଓ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଶଙ୍କର ଚକ୍ଷୁ ଚିକିତ୍ସାଳୟର ଚିତ୍ରସେନ ଗୌଡ଼ଙ୍କ ନେତୃତ୍ୱରେ ରଶ୍ମୀ, ଉମା ନାଇଡୁ ଓ ଜସ୍ମିନ ଶିବିରରେ ଉପସ୍ଥିତ ରହି ମୋଟ ୫୬ ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।

ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ପରଳ ଅସ୍ତ୍ରୋପଚାର ପାଇଁ ହସପିଟାଲ ବସରେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା। ଅସ୍ତ୍ରୋପଚାର ପରେ ପୁଣି ସେହି ୧୦ ଜଣଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟର ବସରେ ଆଣି ଝୋଲାରୀ ଜୟ କିଷାନ ସେବାଶ୍ରମରେ ଛଡ଼ାଯିବ। ପରୀକ୍ଷା ପରେ ଜଣେ ବ୍ୟକ୍ତିଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ଏହି ଚକ୍ଷୁ ଚିକିତ୍ସା ଶିବିରରେ ବସନ୍ତ କୁମାର ସାହୁ, ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ହରିହର ବିଷୋୟୀ, ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ମହେନ୍ଦ୍ର ପଲାଇ, ବସନ୍ତ କୁମାର ସ୍ବାଇଁ, କାର୍ତ୍ତିକେଶ୍ବର ବିଷୋୟୀ ଓ ଝୋଲରୀ ଯୁବକ ସଂସଦର ସମସ୍ତ ସଦସ୍ଯ ସହଯୋଗ କରିଥିଲେ।

error: Content is protected !!
Breaking News