ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ

Spread the love

କେନ୍ଦୁଝର : ଜିଲ୍ଲାର ଏକ ଅଗ୍ରଣୀ ଅନୁଷ୍ଠାନ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ତରଫରୁ ଏକ ଛୋଟ ପ୍ରୟାସ ସ୍ୱରୂପ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡର ସଭାପତି ରଞ୍ଜନ କୁମାର ବେହେରାଙ୍କ ନିଜସ୍ଵ ଉଦ୍ୟମରେ ସଦରବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଗ୍ରାମପଞ୍ଚାୟତ ସେଣ୍ଡକାପ ଗ୍ରାମ ମା ଦୂର୍ଗା ଓ ଗାୟତ୍ରୀମାଙ୍କ ମନ୍ଦିର ପ୍ରାଙ୍ଗଣ ଏବଂ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ମୂଲ୍ୟବାନ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି । ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବା ସହିତ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ ରଖା ଯାଇଥିବା ଶ୍ରୀ ବେହେରା କହିଛନ୍ତି । ସମ୍ପାଦିକା ଶୈଳବାଳା ପରିଡ଼ା,ପୁଷ୍ପାଞ୍ଜଳି ବେହେରା,ରଞ୍ଜିତା ବେହେରା,ସରୋଜ ସାହୁ, ବିପିନ ବିହାରୀ ମିଶ୍ର,ପ୍ରେମା ସିଂ,ହାଡ଼ିବନ୍ଧୁ ନାଏକ,ଶମ୍ଭୁନାଥ ନାଏକ,ସୁଜନ ଦେହୁରୀ,କୃଷ୍ଣ ନାଏକ ସମେତ ସଙ୍ଗଠନ ବରିଷ୍ଠ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରିବେଶ ପାଇଁ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକତା ରହିଛି ବୋଲି ବରିଷ୍ଠ ଲୋକମାନେ ମତାମତ ଦେଇଥିଲେ । ଅତି କମରେ ଜଣେ ପ୍ରତେକ ବର୍ଷ ଗୋଟିଏ ଲେଖାଁଏ ଗଛ ଲଗେଇଲେ ଆଗାମୀ ଦିନରେ ଏଭଳି ସମସ୍ୟା ଦେଖା ଯିବ ନାହିଁ ବୋଲି ମା ଦୁର୍ଗାଙ୍କ ପୂଜକ ପ୍ରସନ୍ନ ମହାପାତ୍ର ମତବ୍ୟକ୍ତ କରିଥିବାବେଳେ ବୃକ୍ଷ ହିଁ ଜୀବନ ବୃକ୍ଷ ବିନା କେହି ବଞ୍ଚି ପାରିବା ନାହିଁ ଏବଂ ସମସ୍ତେ ଆଗାମୀ ଦିନରେ ଗଛ ଲଗେଇବା ପାଇଁ ଜନ ସଚେତନତା ସୃଷ୍ଟି କରିବା ସହ ଗଛ ଲଗେଇବା ପାଇଁ ଶପଥ ନେଇଥିଲେ ।

error: Content is protected !!