ଜୀବନ୍ତ ସାପ ନେଇ ଜଳାଭିଷେକ ପାଇଁ ପହଂଚିଲେ କାଉଡିଆ

Spread the love

ବାଙ୍ଗିରିପୋଷି : ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ କାଉଡିଆ ମାନେ ପାଣି ଭାର ନେଇ ଶୈବପୀଠକୁ ଯାଇଥାନ୍ତି । ମହାଦେବଙ୍କ ମଥାରେ ଜଳ ଢାଳିଲେ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ରହିଛି ବିଶ୍ଵାସ । ତେବେ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଣେ କାଉଡିଆ ପାଣି ସାଙ୍ଗରେ ୨ଟି ଜୀବନ୍ତ ସାପ ନେଇ ମନ୍ଦିର ନିକଟରେ ପହଂଚିବା ବାଙ୍ଗିରିପୋଷି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ସୋମବାର ବାଙ୍ଗିରିପୋଷି ଅଂଚଳରେ ଥିବା ବିଭିନ୍ନ ଶୈବପୀଠ ସମେତ ଶିମିଳା ଠାରେ ଥିବା ପ୍ରସିଦ୍ଧ ବାବା ଶିମିଳେଶ୍ଵର ପୀଠରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ କାଉଡିଆଙ୍କ ଭିଡ ଜମିଥିଲା ।

ତେବେ ଭିଡ ମଧ୍ୟରେ ଜଣେ ମଧ୍ୟ ବୟସ୍କ କାଉଡିଆ ଏକ ଭାରରେ ଜାର ମଧ୍ୟରେ ବନ୍ଦ ଥିବା ୨ଟି ଜୀବନ୍ତ ସାପ ଧରି ମହାଦେବଙ୍କ ଜଳାଭିଷେକ ଓ ଦର୍ଶନ ପାଇଁ ପହଂଚିଥିଲେ । ପ୍ରଥମେ କେହି ତାଙ୍କୁ ଭଲଭାବେ ଧ୍ୟାନ ଦେଇ ନଥିଲେ । କିନ୍ତୁ ସେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସମସ୍ତଙ୍କ ନଜରକୁ ଆସିଥିଲେ । ଫଳରେ ଅନ୍ୟ ଶ୍ରଦ୍ଧାଳୁ ମଧ୍ୟରେ ଭୟ ସହ କୌତୁହଳ ସୃଷ୍ଟି ହୋଇଥିଲା । ନିଜର ମାନସିକ ପୁରଣ ଲାଗି ଶିବଲିଙ୍ଗ ଉପରେ ସାପ ମାନଙ୍କୁ ଛୁଆଁଇବେ ବୋଲି ସେ କହିଥିଲେ । ତେବେ ମନ୍ଦିର କମିଟି ର ସଦସ୍ୟ ମାନେ ସାପ ନେଇ ଭିତରକୁ ଯିବା ପାଇଁ ସିଧା ମନା କରି ଦେବାରୁ ସେ ସାପ ଧରି ଫେରି ଯାଇଥିବା ଦେଖ‌ିବାକୁ ମିଳିଥିଲା । ଅନ୍ୟପକ୍ଷେ ତାଙ୍କୁ ସାପ ସହ ଦେଖିବାକୁ ଅନ୍ୟ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ କିଛି ସମୟ ଭିଡ ଜମିଯାଇଥୁଲା ।

error: Content is protected !!