ଜିଲ୍ଲା ବିଜେପି ସଭାପତି ଦୌଡରେ ଗୁଣୁପୁର ରୁ ପ୍ରମୋଦ କୁମାର ସାହୁ

Spread the love

ଚଳିତ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ସଭାପତି ଦୌଡ଼ ରେ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ ଙ୍କୁ ନେଇ ଦ୍ୱନ୍ଦ୍ୱ ରେ ରାୟଗଡା ଜିଲ୍ଲା ର ଚାରି ପ୍ରମୁଖ ପ୍ରତିଦ୍ୱନ୍ଦୀ ।ବର୍ତ୍ତମାନ ର ଜିଲ୍ଲା ସଭାପତି ଶିବ ପଟନାୟକ ମଧ୍ୟ ରେସ ରେ ଆଗରେ ଥିବା ବେଳେ ପୂର୍ବତନ ସଭାପତି ଶିବ ଉଲାକା ଓ ବି ସି ରାଜ୍ୟ ଉପସଭାପତି ରାମ ବେହେରା ଏବଂ ଜିଲ୍ଲା ଉପସଭାପତି ପଦ୍ମନାଭ ଦାସ ମଧ୍ୟ ଦାବିଦାର ରହି ଛନ୍ତି ।ପ୍ରକଶ ଥାଉ କି ଦେଶ ରେ ଭାରତୀୟ ଜନତା ପାର୍ଟି ଗଠନ ହେବା ପରେ ଦୀର୍ଘ ବର୍ଷ ଧରି ରାୟଗଡା ଜିଲ୍ଲାରୁ ହିଁ ସଭାପତି ହେଉଥିଲେ କିନ୍ତୁ ସ୍ୱର୍ଗତ ରବି ପାଢ଼ୀ ସାଧାରଣ ବର୍ଗ ରୁ ପ୍ରଥମ ଥର ପାଇଁ ଜିଲ୍ଲା ସଭାପତି ଦାୟିତ୍ୱ ନେଇ ବେଶ ଚର୍ଚ୍ଚା ରେ ଥିଲେ ଏବଂ ଜିଲ୍ଲା ତଥା ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ସଂଘଠନ ସକ୍ରିୟ ଭାବେ ତିଆରି କରିଥିଲେ
ବର୍ତ୍ତମାନ ପୂର୍ବରୁ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ର ଜିଲ୍ଲା ସାଧାରଣ ସମ୍ପାଦକ ଏବଂ ଦୁଇ ଦୁଇ ଥର ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ୱ ନେବାସହ ଜଣେ ଦକ୍ଷ ଏବଂ ଟାଣୁଆ ତଥା ବାକଚାତୁରୀ ରେ ଦକ୍ଷ ବକ୍ତା ଭାବେ ବେଶ ଜଣା ଶୁଣା ଟାଣୁଆ ବିଜେପି ନେତା ତେଣୁ ପ୍ରମୋଦ ସାହୁ ଙ୍କ ସଭାପତି ଦୌଡ଼ ରେ ପାର୍ଟିଦ୍ଵନ୍ଦିତା କେତେ ଦୂର ରାଜ୍ୟ ସଭାପତି ମନମୋହନ ସାମଲ ତଥା ରାଜ୍ୟ ସଙ୍ଘଠନ ମନ୍ତ୍ରୀ ମାନସ ମହାନ୍ତି ଙ୍କ ସହ ଜିଲ୍ଲାରେ ଦବଦବା ପଡିବ ତାହା ସମୟ ହିଁ କହିବ ବର୍ତ୍ତମାନ ଜିଲ୍ଲା ସଭାପତି ଦୌଡ଼ ରେ ଗୁଣୁପୁର ରୁ ପ୍ରମୋଦ ସାହୁ ଙ୍କୁ ମିଶାଇ ପାଞ୍ଚ ଜଣ ପ୍ରତିଦ୍ବନ୍ଦିତା କରିବେ ବୋଲି ବେଶ ଚର୍ଚ୍ଚା ର ବିଷୟ ହୋଇଛି ଏବଂ କିଏ ଜିଲ୍ଲା ସଭାପତି ହେବ ତାହା ସମୟ ହିଁ କହିବ।

error: Content is protected !!
Breaking News