ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଳା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ ଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପାରଳା ସ୍ୱାଭିମାନ ମଞ୍ଚ ତଥା ନବ ନିର୍ମାଣ କୃଷକ ସଂଘର ଚାଷୀ ନେତା ଡଃ ତିରୁପତି ପାଣିଗ୍ରାହୀ ଏଥିରେ ଉପସ୍ଥିତ ରହି ଗଜପତି ଜିଲ୍ଲା ର ବିଭିନ୍ନ କୃଷି ବା ଚାଷ କାର୍ଯ୍ୟ ଉପରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ସହ ପ୍ରଶାସନ ର ସହଯୋଗ ଲୋଡିଥିଲେ। ବିଶେଷ କରି ଜଳସେଚନ ପ୍ରକଳ୍ପ ଯଥା ଚେକ୍ ଡ୍ୟାମ୍ ଜରିଆରେ ବର୍ଷା ଦିନର ଜଳ କୁ ଅଟକାଇ ବର୍ଷସାରା ଚାଷୀଙ୍କ ହିତ ପାଇଁ ବ୍ୟବହାର କରାଯାଇ ପାରିବ ବୋଲି ଡଃ ପାଣଗ୍ରାହୀ ମତ ରଖିଥିଲେ। ବିଶେଷ କରି ମାଣ୍ଡିଆ, ଛତୁ, କାଜୁ ଓ ଅନ୍ୟାନ୍ୟ ଋତୁ କାଳୀନ ଚାଷକୁ ପ୍ରୋତ୍ସାହନ ଦେଇ ଗଜପତି ଜିଲ୍ଲାବାସୀଙ୍କ ଜୀବିକା ନିର୍ବାହ ପାଇଁ ପ୍ରଶାସନ ସହଯୋଗ କରିବାକୁ ଅନୁରୋଧ କରିଥିଲେ ଡଃ ପାଣିଗ୍ରାହୀ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକ ରେ ଗଜପତି ଜିଲ୍ଲା ର ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବ୍ଲକ୍ ଅଧ୍ୟକ୍ଷ ଅଧ୍ୟକ୍ଷା, ବିଭିନ୍ନ ବିଭାଗ ର ପ୍ରଶାସନିକ ଅଧିକାରୀ ଗଣ ଏହି ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଆଲୋଚନା ରେ ଭାଗ ନେଇଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ