ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସ୍ଥାନୀୟ ହ୍ୟାଣ୍ଡବଲ ଗ୍ରାଉଣ୍ଡ ପର୍ଯ୍ୟନ୍ତ ଏକ ୱାକାଥନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ସବୁଜ ପତାକା ଦେଖାଇ ୱାକାଥନକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସାର୍ଥକ ରାୟ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶେଖ ଇଜାଜ ଇକବାଲ, କ୍ରୀଡା ପ୍ରଶିକ୍ଷକ ରାଜେନ୍ଦ୍ର ସି, ଶାରୀରିକ ଶିକ୍ଷା ନିରୀକ୍ଷକ ଫକୀର ମହାନ୍ତ ଓ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ସମ୍ପାଦକ ରିତିକ ଅଧିକାରୀ ଉପସ୍ଥିତ ଥିଲେ ।
ହ୍ୟାଣ୍ଡବଲ ଗ୍ରାଉଣ୍ଡରେ ଅନୁଷ୍ଠିତ ସାଧାରଣ ସଭାରେ ମେଜର ଧ୍ୟାନଚାନ୍ଦଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରାଯାଇ ଭାରତର କ୍ରୀଡ଼ା ବିଶେଷ ଭାବେ ହକି ଖେଳର ସ୍ୱର୍ଣ୍ଣିମ ଇତିହାସରେ ତାଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା । ଉପସ୍ଥିତ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ ମାନଙ୍କୁ ଉଦବୋଧନ ଦେଇ ଜିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର ମହାକୁଡ଼ କ୍ରୀଡ଼ା ସୁସ୍ଥ ଶରୀର ଓ ସୁସ୍ଥ ମନ ବିକଶିତ କରିବା ସହ ଶୃଙ୍ଖଳା ଜ୍ଞାନ, ସମୟାନୁବର୍ତ୍ତିତା, ଦଳଗତ ସମନ୍ୱୟନ ଓ ଲକ୍ଷ୍ୟ ହାସଲ ନିମନ୍ତେ ପ୍ରତିବଦ୍ଧତା ଶିଖାଇଥାଏ ବୋଲି କହିବା ସହ ଦୈନଦିନ ଜୀବନରେ ଅନ୍ତତଃପକ୍ଷେ କୌଣସି ଏକ ଖେଳକୁ ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ । ପରିଶେଷରେ ଶପଥପାଠ ଅନୁଷ୍ଠିତ ହୋଇଥିଲା।
More Stories
ବିଭୂତିଙ୍କ କ୍ୟାବିନେଟ୍ ମନ୍ତ୍ରୀ ପଦ ଖାଇଯିବେ କି … ସାଂସଦ ପ୍ରଦୀପ … ?
ତିନିଶହ ବର୍ଷର ସର୍ବ ପୁରାତନ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ
19-6-2025