ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ, ଆକ୍ସନଏଡ ତଥା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଖୋର୍ଦ୍ଧା ଜିଲ୍ଲାରେ କର୍ମ କ୍ଷେତ୍ରରେ ମହିଳା ମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ପାଇଁ ଏକ ତାଲିମ ଶିବିରର ଆୟୋଜନ କରାଯାଇଥିଲା। ଏହି ତାଲିମ ଶିବିର ରେ ସମସ୍ତ ଶିଶୁ ପ୍ରକଳ୍ପ ଅଧିକାରୀ , ସୁପରଭାଇଜାର, ଜାଗୃତି ର ସଭ୍ୟ, ବିଭନ୍ନ ବିଭାଗର ଆଭ୍ୟନ୍ତରୀଣ କମିଟି ର ସଦସ୍ୟା, ସ୍ଥାନୀୟ କମିଟି ର ସଦସ୍ୟ ମାନେ ଯୋଗ ଦେଇଥିଲେ। ଏହାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ସବୁ ବିଭାଗ ତଥା ସବୁ ସଂସ୍ଥା କୁ ସେମାନନଙ୍କର କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ। ଏବଂ ସମସ୍ତ କମିଟିର ସମୀକ୍ଷା ବୈଠକର ବିବରଣୀ ଠିକ ସମୟରେ କିପରି ପହଞ୍ଚିବ ସେଥିପାଇଁ ସମସ୍ଥ ଅନୁଷ୍ଠାନ କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ executive ଅଫିସର ତଥା ମୁଖ୍ୟ ଅଧିକାରୀ, ଜିଲ୍ଲା ପରିଷଦ କସ୍ତୁରୀ ବାଳା ଜେନା ଯୋଗ ଦେଇ ମହିଳା ମାନେ କିପରି ସମାଜରେ ବିଭିନ୍ନ ପ୍ରକାରର ହିଂସା ର ଶିକାର ହୁଅନ୍ତି ସେଇ ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି ପ୍ରକାର ତାଲିମ ଶିବିର ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ ତଥା ଆଇନ ର ସଠିକ ବ୍ୟବହାର କିପରି ସମସ୍ତେ କରିବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ତାଲିମ ଶିବିର ରେ ମୁଖ୍ୟ ତାଲିମ ଦାତା ଭାବରେ ଆକ୍ସନଏଡ ର national ପ୍ରୋଜେକ୍ଟ ଲିଡ୍, ଶ୍ରୀ ଘାସିରାମ ପଣ୍ଡା ଯୋଗ ଦେଇ କର୍ମ କ୍ଷେତ୍ରରେ ଯୌନ ଶୋଷଣ ସମ୍ପର୍କିତ ବିଭିନ୍ନ କମିଟି ର ଗଠନ, ତାର ଗଠନ ଏବଂ କିପରି କାମ କରାଯିବ ସେଇ ସମ୍ପର୍କରେ ତାଲିମ ଦେଇଥିଲେ। ବିଭିନ୍ନ କେସ ର ଉଦାହରଣ ସହ କମିଟି ର ସମୀକ୍ଷା କିପରି କରାଯିବ ତଥା ଆସୁଥିବା କେସ ର ଗୋପନୀୟତା କିପରି ବଜାୟ ରହିବ ସେହି ବିଷୟରେ ତାଲିମ ଦେଇଥିଲେ। ଏହି ଆଇନ ର କରଜ୍ୟକାରୀ ନ ହେଲେ ତାର ଜୋରିମାନା ତଥା ଦଣ୍ଡ ବିଧାନ ସମ୍ପର୍କ ରେ ଆଲୋଚନା କରିଥିଲେ। ତାଲିମ ଶିବିର କୁ ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁଷମା ମହାନ୍ତି ସ୍ଵାଗତ କରିଥିଲେ। ସୁରକ୍ଷା ଅଧିକାରୀ ଶ୍ରୀମତୀ ସୌଦାମିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆକ୍ସନଏଡର ଜିଲ୍ଲା ସଂଯୋଜିକା ସ୍ଵାତୀ ତନ୍ମୟା ମିଶ୍ର ସଭା ପରିଚାଳନା କରିଥିଲେ। ତାଲିମ ଶିବିରକୁ ଲକି ବଳୀୟାରସିଂ, ପ୍ରିୟରଞ୍ଜନ ସମ୍ପାଦନା କରିବାରେ ସହଯୋଗ କରିଥିଲେ।
More Stories
ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁରରେ କାଳବୈଶାଖୀର କରାଳ ତାଣ୍ଡବ
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ