Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଫୋଷ୍ଟର କେୟାର ତାଲିମ ଅନୁଷ୍ଠିତ

Spread the love

ବଲାଙ୍ଗୀର : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ,ବଲାଙ୍ଗିର ଓ ଅରୁଣା- ସିଆର୍ର୍ଏସ୍ ର ମିଳିତ ଆନୁକୁଲ୍ୟରେ ବୁଧବାର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହ ଠାରେ ନୂଆ ଫୋଷ୍ଟର୍ କେୟାର ମାର୍ଗଦର୍ଶିକା ୨୦୨୪ ର ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି ତାଲିମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋନାଲି ପଟ୍ଟନାୟକ ଉପସ୍ଥିତ ରହି ଫୋଷ୍ଟର କେୟାର ପାଇଁ ଆବେଦନ କରିବାକୁ କହିଥିଲେ।ଅରୁଣା ସିଆର୍ଏସ୍ ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ଏହି ତାଲିମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଅବଗତ କରାଇ ତାଲିମ ସୁ ପରିଚାଳନା ନିମନ୍ତେ ସଂଯୋଜନା କରିଥିଲେ।ଶିଶୁ ମଙ୍ଗଳ ସମିତିର ଅଧକ୍ଷ ଲମ୍ବୋଦର ଦୀପ,ଲିନା ବାବୁ, ଏସ୍ ଲତାଶ୍ରୀ, ଡକ୍ଟର ସନ୍ଧ୍ୟାରାନି ପଣ୍ଡା,ସୀତାରାମ ହୋତା ଫୋଷ୍ଟର କେୟାର ମାର୍ଗଦର୍ଶିକା ଉପରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଫୋଷ୍ଟର କେୟାର ମାର୍ଗଦର୍ଶିକା ର ତାଲିମ ପ୍ରଦାନ କରିଥିଲେ।ଏହି ତାଲିମ କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନ, ଏନ୍ ଜି ଓ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।ବଲାଙ୍ଗୀର ଜିଲ୍ଲା ରେ ବର୍ତ୍ତମାନ ୧୩ ଜଣ ଶିଶୁ ପରିବାର ପାଇଛନ୍ତି, ଏ ବର୍ଷ ଆହୁରି ୧୫ ଜଣ ଶିଶୁ ସହିତ ନୂଆ ପରିବାର ଚିହ୍ନଟ କରି ଶିଶୁ ମାନଙ୍କର ଲାଳନ ପାଳନ ଓ ଯତ୍ନ ନିମନ୍ତେ ପରିବାର ର ପରିବେଶ ରହି ଶିଶୁ ମାନେ ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ତାଲିମ ରେ ଲକ୍ଷ୍ମୀ ସିଂ ଉତ୍ସାହିତ କରିଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅରୁଣ କୁମାର ଖୁଆସ୍ , ସୁଦାମ ସୁନା,ଚାଇଲ୍ଡ ହେଲ୍ପ ଲାଇନ ଜିଲ୍ଲା ପ୍ରକଳ୍ପ ସଂୟୋଜକ ବିକ୍ରମ ପଣ୍ଡା, ଶୁଭମ୍ ଜେନା,ବସନ୍ତ ହର୍ପାଲ୍, ପ୍ରମୁଖ ଉପସ୍ଥିତ ଥିଲେ। ପରିସେଶରେ ଆଇନ୍ ପରିବିକ୍ଷକ ଦିଗମ୍ବର କର ଧନ୍ୟବାଦ୍ ଅର୍ପଣ କରି ତାଲିମ ଶେଷ କରିଥିଲେ।

error: Content is protected !!
Breaking News