ବଲାଙ୍ଗୀର : ଜିଲ୍ଲାପାଳ ଗୈାରବ ଶିବାଜୀ ଇସଲୱର ଆଗଲପୁର ବ୍ଳକ୍ ଲୁହୁରାମୁଣ୍ଡା ଠାରେ ଆଗ୍ରୋ କ୍ଳାଇମେଟ୍ କ୍ଷେତ୍ର ପରିଦର୍ଶନ ସହ ଡ୍ରୋନ୍ ଛିଞ୍ଚଣ ପରିଦର୍ଶନ କରିଥିଲେ । ସରକାରଙ୍କ ସାର ସବସିଡି ବୋଝ ହ୍ରାସ ତଥା ଜଳବାୟୁ ସୁରକ୍ଷାକୁ ଦୃଷ୍ଟିରେ ରଖି ନାନୋ ଡିଏପି ଦ୍ୱାରା ଚେର ବୁଡା ଉପଚାର ପଦ୍ଧତିରେ ଧାନ ଚାଷ କରାଯାଇଛି। ଚେର ଓ ପତ୍ର ଉପଚାର ପଦ୍ଧତିରେ ତରଳ ସାର ଔଷଧ ପ୍ରୟୋଗ କଲେ ଉତ୍ପାଦନ ପ୍ରଭାବିତ ହେବ ନାହିଁ। ଉତ୍ପାଦନ ଖର୍ଚ୍ଚ କମିବା ସହ ୟୁରିଆ ଓ ଡିଏପି ଇତ୍ୟାଦି ସାର ପାଇଁ ସବସିଡି ବୋଝ ଓ ଅନ୍ୟ ଦେଶ ନିର୍ଭରଶୀଳତା ହ୍ରାସ ଏବଂ ମାଟି ପାଣି ପବନ ସ୍ବାସ୍ଥ୍ୟ ସୁରକ୍ଷିତ ରହିବ ବୋଲି ଇଫକୋ ଅଧିକାରୀ ସୁରଜ୍ ମହାନ୍ତି ବୁଝାଇଥିଲେ। ଏ ଅବସରରେ ଜିଲ୍ଲାପାଳ ନାମୋ ଡ୍ରୋନ୍ ଦିଦି ଲିଲି ପଟେଲଙ୍କ ଅଭିଜ୍ଞତା ପଚାରି ବୁଝି ଡ୍ରୋନ୍ ଦ୍ବାରା ସ୍ପ୍ରେ ଦେଖିଥିଲେ। ଚାଷ କ୍ଷେତ୍ରରେ ଉନ୍ନତ ଯନ୍ତ୍ରପାତି ଓ ଧାନ କୈ। ଶଳ ବ୍ୟବହାର ଦେଖି ଖୁସି ପ୍ରକାଶ କରିଥିଲେ। ଇଫକୋ ଅଧିକାରୀ ମହାନ୍ତିଙ୍କ ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ପାଇଁ ଇଫକୋ ସହାୟତାରେ 7ଟି ଡ୍ରୋନ୍ ଦିଆଯାଇଛି। ଜିଲ୍ଲାପାଳଙ୍କ ସହ କୃଷି ବିଭାଗ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
More Stories
4-12-2024
25-11-2024
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ