ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ଲାଞ୍ଜିଗଡ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି l ଏହି ଅବସରରେ ଭାଟଗୁଡା,ମାସ୍କ ପଦର ଓ ତ୍ରିଲୋଚନ ପୁର ପଞ୍ଚାୟତର ମାଓ ପ୍ରବଣ ନିୟମଗିରି ପାଦ ଦେଶରେ ଥିବା ଫୁଲଡୁମେର, ବାନିଗାଁ ସମେତ ଜଗନ୍ନାଥପୁର ପଞ୍ଚାୟତ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କ ଜନମନ ଯୋଜନା ତଥା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ମହାଅଭିଯାନରେ ଲୋକେ କେମିତି ସୁବିଧା ପାଇ ପାରିବେ ତାହା ତଦାରଖ କରିଥିଲେ l ଲାଞ୍ଜିଗଡ ବ୍ଲକରେ କୋଟିଆ କନ୍ଦ ଗାଁ ୨୬୫ରହିଥିବା ବେଳେ ଆଦିବାସୀ ଙ୍କ ପାଇଁ ୪ହଜାର ଘର ଆସିଛି ସେହି ପରିବାରର ଲୋକେ କେମିତି ସଠିକ ଭାବରେ ସରକାରଙ୍କ ବିଭିନ୍ନ ଯୋଜନା ପାଇ ପାରିବେ ସେଥିପାଇଁ ପ୍ରତି ପଞ୍ଚାୟତରେ ପିଇଓ, ଜିଆର ଏସ, ଅଙ୍ଗନୱାଡି, ସିଆରପିଏଫ, ଏମ ବିକେ, ଆଶାକର୍ମୀ ମାନଙ୍କୁ ଘରକୁ ଘର ଯାଇ ରାସନ କାର୍ଡ, ଆଧାରକାର୍ଡ଼,ପାଣି,ଜନପ୍ରମାଣ ପତ୍ର,ତଦାରଖ ପାଇଁ ଦାଇତ୍ୱ ଦିଆଯାଇ l ଗସ୍ତ ସମୟରେ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର ତହସିଲଦାର କିରଣ ମହାନ୍ତି ତ୍ରିଲୋଚନ ପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ ସାହୁ, କନିଷ୍ଟ ଯନ୍ତ୍ରୀ ସ୍ମିତାରାଣୀ ବିଶ୍ୱାଳ, ଆଇଟିଡିଏ ପ୍ରକଳ୍ପ ଅଧିକାରୀ ରାମକୃଷ୍ଣ ଗଣ୍ଡ, କୁଟିଆ କନ୍ଦ ଉନ୍ନୟନ ସଂସ୍ଥା ଅଧିକାରୀ ସରୋଜ ସାହୁ ପ୍ରମୁଖ ଗସ୍ତ ସମୟରେ ଉପସ୍ଥିତ ରହି ଥିଲେ l
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ