ଗତ ମାସ 12 ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ସାନଇନ୍ଦପୁର ରୁଙ୍ଗଟା କଲୋନୀର 15 ଜଣଙ୍କ ଘରୁ ସିରିଜ ଚୋରି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ପୋଲିସ ଚୋର ମାନଙ୍କୁ ଧରି ପାରି ନ ଥିବା ବେଳେ ଆଜି ପୁଣି କୋଇଡା ଅଞ୍ଚଳରେ ହୋଇଛି ଚୋରି । ଲହୁଣୀପଡ଼ା ଥାନା ଟେନସା ଫାଣ୍ଡି ଅନ୍ତର୍ଗତ ଜିନ୍ଦଲ କମ୍ପାନୀର କଲୋନୀରୁ ହୋଇଛି ସିରିଜ ଚୋରି । ରୁଙ୍ଗଟା କଲୋନୀରେ ଯେଉଁଭଳି ଭାବେ ଚୋରି ହୋଇଥିଲା ଜିନ୍ଦଲ କଲୋନୀରେ ବି ଠିକ ସେହିପରି ହୋଇଛି ଚୋରି ।
ଘରେ କେହି ନ ଥିବାର ସୁଯୋଗ ନେଇ ଚୋର ମାନେ ବିଳମ୍ବିତ ରାତିରେ କଲୋନୀ ଭିତରେ ପଶି 7 ଜଣଙ୍କ କବାଟ ଭାଙ୍ଗି ଚୋର ମାନେ ଘରୁ ଚୋରି କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିଖ ଟିମ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ଦେଖିବାକୁ ଗଲେ କୋଇଡା ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସିରିଜ ଚୋରି । ଯଦି ଆଗାମୀ ଦିନରେ ଏହି ଚୋରି ଗ୍ୟାଙ୍ଗକୁ ଧରା ନ ଯାଏ ତେବେ ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେଇପାରେ । କମ୍ପାନୀ ଗୁଡିକରେ ଏତେ ସିକୁରିଟିର ବ୍ୟବସ୍ଥା ଥାଇ ଯଦି ସିରିଜ ଚୋରି ହେଇ ପାରୁଛି ତେବେ ଅନୁମାନ କରନ୍ତୁ ସର୍ବସାଧାରଣ ଲୋକଙ୍କ ଘରେ କଣ ନ କରିପାରିବେ ଏହି ଚୋର ଗ୍ୟାଙ୍ଗ ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ