ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ରେ ବର୍ତମାନ ପରିବା ଦର ଆକାଶ ଛୁଆଁ। ଆଳୁ ଦର ତ ନ କହିବା ଭଲ। ବର୍ତମାନର ବିଜେପି ସରକାର ଙ୍କ ଯୋଗାଣ ମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଆଳୁ ୩୨ଟଙ୍କା ରୁ ଅଧିକ ବିକ୍ରି କରି ପାରିବେ ନାହିଁ। ମାତ୍ର ଦଶପଲ୍ଲା ବଜାରରେ ଆଳୁ ୪୦ଟଙ୍କା ରେ ବିକ୍ରି ହେଉଛି। ମାତ୍ର ଦଶପଲ୍ଲା ଯୋଗାଣ ଅଧିକାରୀ ଏଥିପାଇଁ ଆଖି ଦୃଷ୍ଟିଆ ପଦକ୍ଷେପ ନେଇ ନାହାନ୍ତି। କେବଳ ଏକ ମାତ୍ର ଗଣମାଧ୍ୟମ କୁ ଧରି ଗୋଟିଏ ଜାଗାରେ ଚଢ଼ାଉ କରି ଲୋକଦେଖାଣିଆ ଭାବେ ଫୋଟୋ ଉଠାଇ ଲୋକଙ୍କୁ ଭକୁଆ ବନେଇ ଥିବା ଚର୍ଚ୍ଚା ହେଉଛି।
ବିଜେଡି ସରକାରଙ୍କ ସମୟରେ ଯେପରି ଅଫିସର ରାଜ ଚାଲୁଥିଲା ସେଇ ଅଭ୍ୟାସ ବର୍ତ୍ତମାନ ରହୁଥିବା ଜନସାଧାରଣ ରେ ଚର୍ଚ୍ଚା ଚାଲିଛି।ମୁଖ୍ୟ କଥା ହେଲା ଗଣମାଧ୍ୟମ ର ଅନେକ ପ୍ରତିନିଧି ଥିବାବେଳେ ଯୋଗାଣ ବିଭାଗ ଅଧିକାରୀଙ୍କ ଦୃଷ୍ଟି ରେ ଏକ ମାତ୍ର ଗଣମାଧ୍ୟମ ର ପ୍ରତିନିଧିଙ୍କୁ ଦେଖାଯାଉଛି। ଏହା ପଛରେ କିଛି କାରଣ ନାହିଁ ତ ?ଦେଖିବା ଖବର ପରେ କଣ ହେଉଛି ତାହା ଦେଖିବାକୁ ବାକି ରହିଲା।
More Stories
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର
ତିନୋଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନକୁ ଶୁଭ ଉଦ୍ଘାଟନ କଲେ ମାନ୍ୟବର ବିଧାୟକ
ବିଜେଡି ଛାଡି ବିଜେପିରେ ମିଶିଲେ ଚିଡ଼ିପୁଡ଼ି ଗ୍ରାମର ବହୁ ଗ୍ରାମବାସୀ