ବ୍ରହ୍ମପୁର : ବାଉରି ଗଣ୍ଡପଲ୍ଲି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଜୋନସ୍ତରୀୟ ଗଣିତ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା, ଗଞାମ, ନୟାଗଡ, ଗଜପତି ଜିଲ୍ଲାର ଗଣିତ ଶିକ୍ଷକ ମାନଙ୍କୁ ନେଇ ଅନୁଷ୍ଠିତ ଶିବିରରେ ଖଲ୍ଲିକୋଟ ଆରସିଏମ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ, ବିଦ୍ୟାଳୟ ଅଧକ୍ଷ ପ୍ରମୋଦ କୁମାର ବେହେରା ସଭାପତିତ୍ବ କରିଥିଲେ। ଅନ୍ୟତମ ଅତିଥି ଭାବେ ଗଣିତ ମୁଖ୍ୟ କୃଷ୍ଣ ଚନ୍ଦ୍ର ତରାଇ ଉପସ୍ଥିତ ଥିଲେ।
ପ୍ରଥମ ଦିବସରେ ବିଭିନ୍ନ ପ୍ରଶିକ୍ଷଣ ବିଷୟରେ କବିସୂର୍ଯ୍ୟନଗର ଓଏଭି ଅଧକ୍ଷ ରବୀନ୍ଦ୍ର କୁମାର ପାଣିଗ୍ରାହି, ଭାଟକୁମାରଡ ଓ ଏ ଭି ଉପ ଅଧକ୍ଷ ଅମିତ୍ କୁମାର ସାମନ୍ତରାୟ ଏବଂ ନୀମିନାର ମିନାକ୍ଷୀ ମହାପାତ୍ର ପ୍ରଶିକ୍ଷଣ ଦେଇଥିଲେ। ସେହିଭଳି ଦ୍ୱିତୀୟ ଦିବସରେ ପିତତାଳି ଓ ଏ ଭି ଉପ ଅଧକ୍ଷ ବିଶ୍ଵନାଥ ପାଢ଼ୀ ଏବଂ ଜୋନାଲ ଅଧକ୍ଷ ଅରୁଣ କୁମାର ପଟେଲ ପ୍ରଶିକ୍ଷଣ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ନୋଡାଲ ଅଧକ୍ଷ ଅରୁଣ କୁମାର ପଟେଲଙ୍କ ମାର୍ଗଦର୍ଶକରେ ଅନୁଷ୍ଠିତ ଶିବିରକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ ।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର