ଆଜି ଯୁଗ୍ମ ଶ୍ରମ କମିଶନର ଙ୍କ ଅଧ୍ୟକ୍ଷତା ରେ କାଗଜ କଳ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ପାଇଁ ପୂର୍ବ ନିର୍ଦ୍ଧାରିତ ନୋଟିସ୍ ଅନୁଯାୟୀ ମିଳିତ ବୈଠକ ଆୟୋଜିତ ହୋଇଥିଲା । ଦୁଇଟି ୟୁନିଅନର ପ୍ରତିନିଧି ମାନେ ଆସି ନଥିଲା ବେଳେ ପ୍ରଥମ ଓ ଦ୍ୱିତୀୟ ୟୁନିଅନ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଉଭୟ ଶ୍ରମିକ ସଂଗଠନ ୨୦୨୦ ଫେବୃଆରୀ ୨୬ରେ କାରଖାନା ବିକ୍ରି ପାଇଁ ହୋଇଥିବା ବିଜିନେସ ଟ୍ରାନ୍ସଫର ଏଗ୍ରିମେଣ୍ଟ ବା ବିଟିଏ ରେ ଉଲ୍ଲେଖ ଥିବା ଶ୍ରମିକ ମାନଙ୍କ ଚାକିରି ସର୍ତ୍ତାବଳୀ ସମ୍ବନ୍ଧୀୟ ସର୍ତ୍ତ ସବୁ ଲାଗୁ କରି ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଶ୍ରମ ବିଭାଗ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏହାସହ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ର ଷ୍ଟେଟମେଣ୍ଟ ୨୦୨୦ ରୁ ନିୟମିତ କରି ସବୁ ଶ୍ରମିକ ମାନଙ୍କୁ ଦେବା ପାଇଁ ଦାବି କରିଛନ୍ତି । ଯୁଗ୍ମ ଶ୍ରମ କମିଶନର ରାଜ୍ୟ ଦପ୍ତର କୁ ଜଣାଇ ତୁରନ୍ତ କାରଖାନାର ଅଧିକାରୀ ମାନଙ୍କୁ ପୁନର୍ବାର ମିଳିତ ବୈଠକ କୁ ଡକେଇ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଜିର ବୈଠକରେ ଯୁଗ୍ମ ଶ୍ରମ କମିଶନର ଶ୍ରୀଯୁକ୍ତ ନରେନ୍ଦ୍ର ରାଇକା, ଡି ଏଲ୍ ଓ ଶ୍ରୀ ବୃନ୍ଦାବନ ସେଠୀ , ଏ ଏଲ୍ ଓ ପଦ୍ମ ଚରଣ ପଣ୍ଡା, ଏ ଏଲ୍ ଓ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ , ପ୍ରଥମ ୟୁନିଅନର ସଭାପତି ଶ୍ରୀ ପ୍ରମୋଦ କୁମାର ମହାନ୍ତି, ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ପାଞ୍ଜିଆ, ଦ୍ୱିତୀୟ ୟୁନିଅନ ର କାର୍ଯ୍ୟକାରି ସଭାପତି ଶ୍ରୀ ବଂଶୀଧର ମହାଙ୍କୁଡ , ସାଧାରଣ ସମ୍ପାଦକ ଶ୍ରୀ ସରୋଜ ସୁଆର ପ୍ରମୁଖ ଯୋଗ ଦେଇଥିଲେ ।
More Stories
19-9-2024
18-9-2024
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।