Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଜୁନାଗଡ଼ରେ ଜିଲ୍ଲା ସ୍ତରୀୟ ପବିତ୍ର ଗୁରୁ ଦିବସ ପାଳିତ

Spread the love

କଳାହାଣ୍ଡି :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ଠାରେ ଆଜି ଜିଲ୍ଲା ସ୍ତରୀୟ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି।ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ଼ କଟକ ୧,ଶାଖା କଳାହାଣ୍ଡି ଜିଲ୍ଲା ଆନୁକୂଲ୍ୟରେ ଅନୁଷ୍ଠିତ ଆଜିର ଏହି ସଭାରେ ସଭାପତିତ୍ୱ କରିଥିଲେ ଜିଲ୍ଲା ସଭାପତି ବିରେନ୍ଦ୍ର ବାଗ। ସଂପୃକ୍ତ କାର୍ଯକ୍ରମର ସଭାପରିଚଲାନା ସରୋଜ କୁମାର ଠାକୁର କରିଥିବା ବେଳେ,ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଲବିକା କେଶୋରି ଦେଓ,ସମ୍ମାନୀୟ ଅତିଥି ଭାବେ, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର,ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ, ରାଜ୍ୟ ସଂଘ ସଭାପତି ଧୀରେନ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଚୋପଦାର, , ଚାରୁଲତା ମହାପାତ୍ର, ସଙ୍ଗୀତା ଦାସ, ହୃଦାନନ୍ଦ ଦ୍ୱିବେଦୀ ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବରିଷ୍ଠ ଶିକ୍ଷକ,ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଅଞ୍ଚଳର ଅନେକ ଗଣ୍ୟମାଣ୍ୟ ଲୋକେ ଉପସ୍ଥିତ ଥିଲେ।

error: Content is protected !!
Breaking News