ମୋରଡ଼ା : ରକ୍ଷାବନ୍ଧନ ଆସିଲେ ମନେପଡେ ଭାଇ ଓ ଭଉଣୀ ସମ୍ପର୍କର କଥା । ଭାଇ ହାତରେ ରାକ୍ଷୀଟେ ବାନ୍ଧି ଦୀର୍ଘାୟୁ କାମନା କରିଥାଏ ଭଉଣୀ । ତେବେ ଏଭଳି ଏକ ଉତ୍ସବକୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲ ଶୁଳିଆପଦା ବ୍ଲକ ବଡ଼ଭାଲୀଆ ପଞ୍ଚାୟତ ହାତୀମଡା ଗ୍ରାମର ଆଦିବାସୀ ମାନେ ନିଆରା ଢଙ୍ଗରେ ପାଳୁଥିବା ଦେଖିବାକୁ ମିଳିଛି । ଆଦିବାସୀ ମାନେ ପ୍ରକୃତିର ପୂଜକ, ଯୁଗେ ଯୁଗେ ଧରି ପ୍ରକୃତିକୁ ପୂଜା କରିବା ସହିତ ପ୍ରକୃତିର ରକ୍ଷା କରିଆସୁଛନ୍ତି। ଗଛକୁ ଭାଇ ଭାବି ଅରୁଆ , ଚନ୍ଦନ ଲଗାଇ ଗଛକୁ ପୂଜାର୍ଚନା କରିଛନ୍ତି ଗ୍ରାମବାସୀ । ଭାଇ ଯେମିତି ଜୀବନ ତମାମ ଭଉଣୀ କୁ ସୁରକ୍ଷା ଦେଇଥାଏ ସେହିଭଳି ଗଛ ମଧ୍ୟ ଆମକୁ ସୁରକ୍ଷା ଦେଇଥାଏ। ତେଣୁ ଭାଇ ଆଉ ଗଛ ସମାନ, ଗଛ ବଞ୍ଚିଲେ ଆମେ ବଞ୍ଚିବା। ଗଛ ଭାଇ ସାଜି ଜୀବନ ତମାମ ଅମ୍ଳଜାନ ପ୍ରଦାନ କରେ। ଜଙ୍ଗଲକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ୨୦୦୪ ମସିହା ୨୧ ବର୍ଷତଳେ ‘ଜଙ୍ଗଲ ରକ୍ଷାବନ୍ଧନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶହ ଶହ ଆଦିବାସୀ ପାରମ୍ପରିକ ରୀତିନୀତି ପୁର୍ବକ ଆଦିବାସୀ ବାଦ୍ୟ ନୃତ୍ୟ ମାଧ୍ୟମରେ ଗ୍ରାମ୍ୟ ଜଙ୍ଗଲରେ ରାକ୍ଷୀର ପବିତ୍ର ବନ୍ଧନକୁ ଗଛରେ ବାନ୍ଧିଛନ୍ତି ଏବଂ ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବାର ବାର୍ତ୍ତା ସମାଜକୁ ପ୍ରଦାନ କରିଛନ୍ତି । ଏହି ଉତ୍ସବରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ ଯୋଗ ଦେଇ ଆଦିବାସୀଙ୍କ ଏଭଳି ପରମ୍ପରାକୁ ପ୍ରଶଂସା କରିଥିଲେ । ସମାଜସେବୀ ବିବେକାନନ୍ଦ ପଟ୍ଟନାୟକ ଙ୍କ ପ୍ରଚେଷ୍ଟାରେ ଆଜକୁ ୨୧ବର୍ଷ ହେଲା ଏଭଳି ନିଆରା ପ୍ରୟାସ ଆରମ୍ଭ ହେଇଛି,ଯାହା ଏବେ ସବୁମହଲରେ ବେଶ ପ୍ରଶଂସନୀୟ ହୋଇପାରିଛି। ଡିଏଫ୍ଓ ଉମା ମହେଶ,ଏସିଏଫ୍ ରବିନାରାୟଣ ନାହାନ୍ତି, ଦେଉଳି ରେଞ୍ଜର ବୁଦ୍ଧେଶ୍ୱର୍ ନାଏକ, ବାଘଡା ଫରେଷ୍ଟ ଗାର୍ଡ ସୁଶାନ୍ତ କୁମାର ବେହେରା,ଶୁଳିଆପଦା ଫରେଷ୍ଟ ଗାର୍ଡ ଜଗବନ୍ଧୁ ବେହେରା ସମେତ ହାତିମଡା ଜଙ୍ଗଲ ସୁରକ୍ଷା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ନିଶ୍ଚିତ ଭାବରେ ହାତୀମଡା ଗ୍ରାମର ଆଦିବାସୀ ମାନେ ଗଛରେ ରାକ୍ଷୀ ବାନ୍ଧି ତଥା ପରିବେଶ ସୁରକ୍ଷା କରି ସମାଜକୁ ବାର୍ତ୍ତ ଦେଇଛନ୍ତି । ଆଜିର ସମାଜରେ ସମସ୍ତେ ଗଛ କୁ ହିଁ ନିଜର ଭାବିବା ସହିତ ଗଛ କୁ ବଞ୍ଚାଇ ରଖିବାକୁ ଶପଥ ନେବା ଜରୁରୀ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ