Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

କବି ଗଙ୍ଗାଧର ମେହରଙ୍କ ଜୟନ୍ତୀ ପାଳିତ

Spread the love

ବୁଗୁଡ଼ା: ନିକଟସ୍ଥ ବାଲିପଦର ଫ୍ରେଣ୍ଡସ୍ କ୍ଳବ ସଭା ଗୃହ ଠାରେ ଆଜି ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ୧୪୦ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡ. ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ବିଷାରଦ ଲିଙ୍ଗ ରାଜ ଦାସ, ଉତ୍କଳ କଳା ପରିଷଦର ସଭାପତି ଜି. ରାଜେଶ୍ବର ପାତ୍ର, ଫ୍ରେଣ୍ଡସ୍ କ୍ଳବ ସଭାପତି ଦେବନାଥ ରଣା, ସମାଜସେବୀ କୈଳାସ ଚନ୍ଦ୍ର ପ୍ରଧାନ, ବାଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର, କବି ପଦ୍ମଲାଭ ଗୌଡ ଯୋଗଦେଇ କବି ଗଙ୍ଗାଧର ମେହରଙ୍କ ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ସର୍ବଶ୍ରୀ ରାଜେନ୍ଦ୍ର ମହାରଣା, ଧ୍ରୁବ ପାଣିଗ୍ରାହୀ, ଡି. ଗୋପାଳ କୃଷ୍ଣ ଆଚାରୀ,ସନ୍ତୋଷ କୁମାର ସେଠୀ, କେ.ରାଘବ ପାତ୍ର, ନିରଞ୍ଜନ ପାତ୍ର, ମାଧବ ଜେନା ପ୍ରମୁଖ ଯୋଗଦେଇ ଭାଇଚାରାର ପର୍ବ ରକ୍ଷା ବନ୍ଧନର ତତ୍ତ୍ବ ସମ୍ବନ୍ଧରେ ଆଲୋକପାତ କରିଥିଲେ। କଣ୍ଠଶିଳ୍ପୀ ଦୂର୍ଗା ପ୍ରସାଦ ଦାସ ଭଞ୍ଜ ସଙ୍ଗୀତ ଗାନ କରିଥିବା ବେଳେ ଖଲି ପରିଡ଼ା ଧନ୍ଯବାଦ ଅର୍ପଣ କରିଥିଲେ।

error: Content is protected !!
Breaking News