ଅବସରପ୍ରାପ୍ତ ଶ୍ରମିକ ଓ ସଂଘର ମିଳିତ ବୈଠକ ଶ୍ରମିକ କର୍ମଚାରୀ ଭବନ ଠାରେ ଶ୍ରୀ ଭି ରବି କୁମାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ଏବଂ ସଂଘ ର ସଭାପତି ଶ୍ରୀ ପ୍ରମୋଦ କୁମାର ମହାନ୍ତି ଭୂବନେଶ୍ୱର ରେ ଜୟପୁର ର ବିଜେପି ଯୁବନେତା ଶ୍ରୀ ଗଣେଶ ଚନ୍ଦ୍ର ବେହେରାଙ୍କ ସହଯୋଗ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ କାଗଜ କଳ ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ଏବଂ ବିଜିନେସ୍ ଟ୍ରାନ୍ସଫର ଏଗ୍ରିମେଣ୍ଟ ବା ବିଟିଏ ଆଧାର ରେ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ନିବେଦନ କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ,ଶିଳ୍ପ ଓ ଶ୍ରମ ମନ୍ତ୍ରୀଙ୍କ ସମେତ ସମସ୍ତ ସଚିବ ମାନଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଆଜିର ବୈଠକରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟା ସମାଧାନ ପାଇଁ ଦାବି କରିବା ପାଇଁ ନିଷ୍ପତ୍ତି ହୋଇଛି । କାଗଜ ଉତ୍ପାଦନ ହୋଇ ବିକ୍ରି ହେଉଥିବ କିନ୍ତୁ ଅବସର ପରେ ଖାଲି ହାତରେ ଗେଟ୍ ବାହାର କରିବା ଚଳିବ ନାହିଁ । ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ବକେୟା ପାଉଣା ନମିଳିଲେ ଆନ୍ଦୋଳନ ଜୋରଦାର କରିବା ସହ କାଗଜ ବୋଝେଇ ଟ୍ରକ ବାହାରକୁ ଛାଡି ଦିଆଯିବ ନାହିଁ , ଏଥିପାଇଁ ଯଦି ଆଇନ ଶୃଂଖଳା ପରିସ୍ଥିତି ସୃଷ୍ଟି ହୂଏ ତେବେ ପ୍ରଶାସନ ସେଥିପାଇଁ ଦାୟୀ ରହିବେ। ଆଜିର ବୈଠକରେ ସର୍ବଶ୍ରୀ ପ୍ରମୋଦ ମହାନ୍ତି, ବସନ୍ତ ବେହେରା, ନାରାୟଣ ଦାଶ, ଧ୍ରୁବ ମଲ୍ଲିକ, ଧ୍ରୁବ ବାରିକ ଭାସ୍କର ମିଶ୍ର ପ୍ରମୁଖ ଅନ୍ୟ ଶ୍ରମିକ ମାନେ ଯୋଗ ଦେଇଥିଲେ ।ନୀଳାମ୍ବର ବେହେରା ମନ୍ଥନ ଜୟପୁରରୁ.
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ