କାଗଜ କଳ ପୁର୍ଣ୍ଣ କାର୍ଯ୍ୟକ୍ଷମ ଦାବିରେ ବିଧାନସଭା ଆଗରେ ଶ୍ରମିକ ମାନଙ୍କ ଧାରଣା

Spread the love

ଜୟପୁର : ଜୟପୁର ସେବା କାଗଜ କଳକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ଏବଂ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ତୁରନ୍ତ ହସ୍ତକ୍ଷେପ କରିବା ଦାବିକରି ଶ୍ରମିକ ସଂଘ (ଏଆଇଟିୟୁସି ସହ ବନ୍ଧିତ ) ଓ ଅବସରପ୍ରାପ୍ତ ଶ୍ରମିକ ମାନେ ବିଧାନ ସଭା ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି। ଏହି ସମ୍ବନ୍ଧୀୟ ସ୍ମାରକ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ,ଶ୍ରମ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି । ଏଆଇଟିୟୁସି ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଓ ସାଧାରଣ ସମ୍ପାଦକ ବିଜୟ ଜେନାଙ୍କ ନେତୃତ୍ବରେ ଏକ ପ୍ରତନିଧି ଦଳ ମାନ୍ୟବର ଶିଳ୍ପ ମନ୍ତ୍ରୀ ଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି । ମନ୍ତ୍ରୀ କାରଖାନା ନିର୍ଦ୍ଦେଶକ ମଣ୍ଡଳୀକୁ ଚିଠି କରି ଏକ ଉଚ୍ଚସ୍ତରୀୟ ବୈଠକ ଡକେଇବା ପାଇଁ ମୁଖ୍ୟ ଶାସନ ସଚିବ ଙ୍କୁ ଅନୁରୋଧ କରିଛନ୍ତି। ୨୦୨୦ ଫେବୃଆରୀ ରେ କାରଖାନା ନୂଆ କମ୍ପାନୀ ମଦର ଆର୍ଥ୍ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ କୁ ବିକ୍ରି ହୋଇଥିଲେ ମଧ୍ୟ ସେହି ପୁରୁଣା ମ୍ୟାନେଜମେଣ୍ଟ ହିଁ କାରଖାନା ଚଳାଉଛନ୍ତି । କାରଖାନା ନାଁ ରେ ୨୦୦ କୋଟି ଟଙ୍କା ରୁଣ ନେଇ ସଠିକ୍ ବିନିଯୋଗ ନ କରିବା ଫଳରେ ଉତ୍ପାଦନ ବ୍ୟାହତ ହେଉଛି। ଶ୍ରମିକ ମାନଙ୍କୁ ଛ’ ମାସ ହେଲା ଦରମା ନାହିଁ , ଅବସରପ୍ରାପ୍ତ ଶ୍ରମିକ ମାନଙ୍କ କୈାଣସି ବକେୟା ପାଉଣା ମିଳୁନାହିଁ । ଗତ ଜୁଲାଇ ୨୦ ତାରିଖରୁ କାରଖାନା ସମ୍ପୁର୍ଣ୍ଣ ବନ୍ଦ ରହିଛି। ଏ ସମସ୍ତ ସ୍ଥିତି ମାନ୍ୟବର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ , ବିଧାନସଭାରେ ମାନ୍ୟବର କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ଏବଂ ଶିଳ୍ପ ଓ ଶ୍ରମ ସଚିବଙ୍କ ସହ ଶ୍ରମ କମିଶନରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିନିଧି ଦଳରେ ଏଆଇଟିୟୁସି ରାଜ୍ୟ ସମ୍ପାଦକ ଶ୍ରୀ ଜୟନ୍ତ ଦାସ, ସଂଘ ସଭାପତି ପ୍ରମୋଦ କୁମାର ମହାନ୍ତିଙ୍କ ସହ ନରସିଂହ ମହାପାତ୍ର, ବସନ୍ତ ବେହେରା ଯୋଗଦେଇଥିଲେ।

error: Content is protected !!