କେନ୍ଦୁଝର : ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମପଞ୍ଚାୟତର କଇଁଷି ଗ୍ରାମର ଯୁବକ ମାନେ ଦୀର୍ଘ ସାତ ବର୍ଷ ହେବ ସୁରକ୍ଷା ନିମନ୍ତେ ଅଭିଯୋଗ କରିଥିଲେ ମଧ୍ୟ ସେତେ ବେଳର ବିଜେଡି ସରକାର ଙ୍କ ଚାପରେ ଜିଲ୍ଲା ପ୍ରଶାସନ ଶୁଣି ନଥିଲେ ବୋଲି ଅଭିଯୋଗ ହେଇଛି । ବାରମ୍ବାର କାଇଶି ଅଞ୍ଚଳର ଖେଳାଳି ମାନେ ଲିଖିତ ଦାବୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ବର୍ତ୍ତମାନ ବିଜେପି ସରକାର ସମୟ ରେ ସୋମବାର ଦିନ ଜିଲାପାଳଙ୍କ ଅଭିଯୋଗ ପ୍ରକଷ୍ଟ ରେ ଖେଳ ପଡ଼ିଆର ସୁରକ୍ଷା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଗ୍ରାମର ଧୋବା ଧୋବଣୀ ସାହିର ଖାତା ନମ୍ବର ୧୯୮ ପ୍ଲଟ ନଂ ୧୮୯୮ ସରକାରୀ ଜମି ହୋଇଥିବା ବେଳେ, ଏଥିରେ ଗାଁ ର ଯୁବକ ମାନେ ଫୁଟବଲ, କ୍ରିକେଟ ଓ ହକୀ ଭଳି ଜାତୀୟ ଖେଳ ସହିତ ବିଭିନ୍ନ ଖେଳକୂଦ କରିଥାନ୍ତି। ମାତ୍ର ଗ୍ରାମର କେତେକ ମୁଷ୍ଟିମେୟ ଅସାଧୁ ଲୋକ ଉକ୍ତ ଜମିକୁ କବ୍ଜା କରି ରଖିଛନ୍ତି । ଫଳରେ ଗ୍ରାମର ଯୁବ ଗୋଷ୍ଟି ଶାରୀରିକ ବ୍ୟାମ ଓ ବିଭିନ୍ନ ଖେଳ କୁଦ ରୁ ବଞ୍ଚିତ ହେଉଛନ୍ତି। ଏହି ଖେଳ ପଡିଆକୁ ତୁରନ୍ତ ଜବର ଦଖଲ କାରି ଙ୍କ ଠାରୁ ମୁକ୍ତ କରି ମିନି ଷ୍ଟାଡିୟମରେ ପରିଣତ କରିବା ସହିତ ଲୁଚିରହିଥିବା ଖେଳ ପ୍ରତିଭା ମାନଙ୍କର ମନକୁ ଦ୍ୱିଗୁଣିତ କରିବା ପାଇଁ ସେହି ଅଞ୍ଚଳର, ବିନୋଦ ମହାକୁଡ଼,ସୁଶାନ୍ତ ପରିଡା,ବବୁଲ ନାୟକ ଓ ମେଘନାଦ ମହାକୁଡ଼ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି। ଜିଲ୍ଲା ପ୍ରଶାସନ ଜବରଦଖଲ କରୀଙ୍କ ଠାରୁ କେବେ ମୁକ୍ତ କରି ଉନ୍ନତ ମାନର ଖେଳ ପଡିଆ ହେବା ସହିତ ଖେଳାଳି ମାନେ ଖେଳିବେ ଦେଖିବା କୁ ବାକି ରହିଲା ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ