ନୂଆଗାଁ ବ୍ଲକ ବେରୁଆଁବାରୀ ପଂଚାୟତରେ ବାହାଡାଝୋଲା ବାବା ଫୁଲେଶ୍ବର କାଜୁଚାଷୀ ସଂଘ ପକ୍ଷରୁ କାଜୁ ବଗିଚା ପୁନଃରୁଦ୍ଧାର ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଶପଲ୍ଲା ବନ ଉନ୍ନୟନ ନିଗମ ଉପଖଣ୍ତୀୟ ପରିଚାଳକ ଶିବାଶିଷ ଦାସ, ନୂଆଗାଁ ବିଡିଓ ବାସୁଦେବ ନାୟକ, ତହସିଲଦାର ହେମନ୍ତ କୁମାର ନାୟକ, ବେରୁଆଁବାରୀ ସରପଂଚ ସୁଶାନ୍ତ କୁମାର ସାହୁ, ବାହାଡାଝୋଲା ଫାଣ୍ତି ଅଧିକାରୀ ଏମଡି ଜାଫରୁଲ୍ଲା, ସମାଜସେବୀ ଦାମୋଦର ସାହୁ, ସୂର୍ଯ୍ୟନାରାୟଣ ସାହୁ, କାଜୁଚାଷୀ ସଂଘ ସଭାପତି ସଞ୍ଜୀବ କୁମାର ବେହେରା, ସମ୍ପାଦକ ଦେବରାଜ ବେହେରା ଏବଂ କାଜୁଚାଷୀ ମାନେ ଉପସ୍ଥିତ ଥିଲେ। ନାରିଆମ୍ବା କାଜୁ ପ୍ଲାଣଟେସନଟି ବହୁପୁରୁଣା ହୋଇଥିବା ହେତୁ ଗଛର ବୟସ ବଢିବା ସଙ୍ଗେ ସଙ୍ଗେ ଉତ୍ପାଦନ ବହୁତ କମିଗଲାଣି। ଏହାକୁ ଆଖି ଆଗରେ ରଖି ଓଡିଶା ବନ ଉନ୍ନୟନ ନିଗମ ଦ୍ବାରା ପ୍ରଥମେ ଟ୍ରାଏଲ ବେସିସରେ ୨୦୦ ଗଛ ଲଗାଯାଇ ଖାଲିଥିବା ସ୍ଥାନ ଗୁଡିକ ପୂରଣ କରାଯିବ। ପରେ ଆସନ୍ତା ବର୍ଷ ୨୪୦ ହେକ୍ଟରକୁ ପୂରଣ କରାଯିବା ନେଇ ପ୍ରସ୍ତୁତି ହୋଇଥିବା ଶ୍ରୀ ଦାସ କହିଛନ୍ତି। ଏଥିସହିତ କାଜୁଚାଷୀ ମାନଙ୍କ ପାଇଁ ସ୍ଥାୟୀ ଗୃହ ଓ ସମସ୍ତ କ୍ୟାମ୍ପରେ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ଚାଷୀମାନେ ଦାବି କରିଥିବା ବେଳେ ଏଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି। ପରିଶେଷରେ ଅତିଥିମାନଙ୍କ ଦ୍ବାରା ବୃକ୍ଷରୋପଣ କରାଯାଇଥିଲା। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରୁ ନିରଂଜନ ସାହୁ ଙ୍କ ସହିତ ପ୍ରଦିପ କୁମାର ସାହୁ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ