Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ

Spread the love

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡ଼କ୍ରସ ତରଫରୁ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପ୍ରଧାନଙ୍କ ସଭାପତିତ୍ବ କାର୍ଯ୍ୟକ୍ରମରେ ବିପତ୍ତି ବିପର୍ଯ୍ୟୟ ପରିଚାଳନା ସାଧନା କର୍ମୀ ବନମାଳୀ ମେହେର ତାଲିମ ଦାତା ଭାବରେ ଯୋଗଦେଇ ଥିଲେ l ପ୍ରଥମେ ସାପ କାମୁଡ଼ିଛି ବୋଲି ସୁନିଶ୍ଚିତ ହେଲା ପରେ ସାପ କାମୁଡିଥିବା କ୍ଷତ ଅଙ୍ଗକୁ କୌଣସି ପ୍ରକାର ଚଳ ପ୍ରଚଳ ନକରି ଯଥାଶୀଘ ଡ଼ାକ୍ତରଖାନାରେ ପହଁଞ୍ଚାଇ ଚିକିତ୍ସା ପାଇଁ ଡାକ୍ତରଙ୍କୁ ସହଯୋଗ କରିବା l ପ୍ରାଥମିକ ସେବା ଦ୍ବାରା ରୋଗୀକୁ ତ୍ବରିତ ପଦକ୍ଷେପ ଏବଂ ସଠିକ ଚିକିତ୍ସା ରୋଗୀକୁ ବଞ୍ଚାଇ ପାରିବ, ତେଣୁ ସମୟ ନଷ୍ଟ ନ କରି ଯଥାଶୀଘ୍ର ଡ଼ାକ୍ତରଖାନାରେ ଚିକିତ୍ସା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀମାନ ମେହେର ଅଵଗତ କରିଥିଲେ l ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସତ୍ୟଜିତ ପଣ୍ଡା ବିଜ୍ଞାନ ଦୃଷ୍ଟିକୋଣ ବିଷୟରେ ଛାତ୍ରଛାତ୍ରୀଙ୍କୁ ସୂଚନା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ପ୍ରଧାନ,ଆଲୋକ ପରଡିଆ,ସରୋଜ ସାହୁ,ଦୁଷ୍ମନ୍ତ ବିଶ୍ବାଳ,ଦେବସ୍ରୀତ ପ୍ରଧାନ, ଶିକ୍ଷୟତ୍ରୀ ହେମବନ୍ତି ବାଘ,ମିରବାଈ ଧରୁଆ,ଗୀତାଞ୍ଜଳୀ ସାହୁ,ସୁପ୍ରିୟା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ l ଜୁନିଅର ରେଡ଼କ୍ରସ ସ୍ୱେଚ୍ଛାସେବୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ କୁମ୍ଭାର ପରିଚାଳନା କରିଥିଲା ବେଳେ ଶିକ୍ଷକ ସୁଜିତ କୁମାର ତରିଆ ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!
Breaking News