ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍ ଅଧୀନରେ ଥିବା ୨୬ଟି ପଞ୍ଚାୟତ ପାଇଁ ୭ ଜଣ କନିଷ୍ଠ ଯନ୍ତ୍ରୀ ରହିଛନ୍ତି। ଜଣେ ଜଣେ ଯନ୍ତ୍ରୀ ଏକାଧିକ ପଞ୍ଚାୟତ ଦାୟିତ୍ଵରେ ଥିବାରୁ ଠିକ ଭାବେ ତଦାରଖ ହୋଇ ପାରୁନାହିଁ।ଏଣୁ ଉନ୍ନତି ମୂଳକ କାର୍ଯ୍ୟ ବିଳମ୍ବ ଯୋଗୁଁ ଅଞ୍ଚଳବାସୀ ଅସନ୍ତୋଷ୍ଟ ପ୍ରକାଶ କରିଛନ୍ତି।ବ୍ଲକ୍ର ୨୬ଟି ପଞ୍ଚାୟତରେ ମାତ୍ର ୭ ଜଣ କନିଷ୍ଠ ଯନ୍ତ୍ରୀ ନିଯୁକ୍ତ ଅଛନ୍ତି |ମାଳିଯୁବାଙ୍ଗ ପଞ୍ଚାୟତ ଦାଇତ୍ଵରେ ଥିବା ଯନ୍ତ୍ରୀ ରଞ୍ଜନ କୁମାର ଦାସଙ୍କୁ ବେଡାଗାଁ,କୁମଖାଲ ଓ କାନକୁଟୁରୁ ପଞ୍ଚାୟତର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ଯନ୍ତ୍ରୀ ଭବାନୀ ଶଙ୍କର ସେଠିଙ୍କୁ ଭଟାଙ୍ଗ ପଦର, ଗୁଣ୍ଡରୀ,ବନ୍ଧପାରି ଓ ଲାଞ୍ଜି ପଞ୍ଚାୟତର ଅତିରିକ୍ତ ଦାୟିତ୍ବରେ ଅଛନ୍ତି।ପୋଖରୀବନ୍ଧ ପଞ୍ଚାୟତ ଦାଇତ୍ଵରେ ଥିବା ଯନ୍ତ୍ରୀ ଅକ୍ଷୟ କୁମାର ମହାପାତ୍ରଙ୍କୁ ଲାଞ୍ଜିଗଡ,ଛତ୍ରପୁର ଓ ଲାଞ୍ଜିଗଡରୋଡ଼ ପଞ୍ଚାୟତର ଅତିରିକ୍ତ ଦାୟିତ୍ବରେ ରହିଛନ୍ତି।ଯନ୍ତ୍ରୀ ବିଦ୍ୟା ତୁଡୁଙ୍କୁ ଲାଖବାହାଲି ବେନଗାଁ,ପାହାଡ଼ପଦର ଓ ବିଜେପୁର ପଞ୍ଚାୟତର ଦାୟିତ୍ଵ ଦିଆଯାଇଛି। ସେହିପରି ଭୁର୍ଟିଗଡ଼ ପଞ୍ଚାୟତ ଦାଇତ୍ଵରେ ଥିବା ଯନ୍ତ୍ରୀ ଅମିତ କୁମାର ସିଂଙ୍କୁ ଗୋବର୍ଦ୍ଧନପୁର,କଦମଗୁଡା ଓ କମର୍ଦ୍ଧା ପଞ୍ଚାୟତର ଦାୟିତ୍ଵ ଦିଆଯାଇଛି।ଯନ୍ତ୍ରୀ ସ୍ମିତା ବିଶ୍ୱାଳଙ୍କୁ ବିଶ୍ୱନାଥପୁର,ବାତେରଲିମି,ଚମ୍ପାଦେଇ ପୁର ଓ ଜଗନ୍ନାଥପୁର ପଞ୍ଚାୟତ ଦାୟିତ୍ବ ଦିଆଯାଇଛି।ସେହିପରି ବସନ୍ତପଡା ପଞ୍ଚାୟତ ଯନ୍ତ୍ରୀ ମମତା ବେହେରାଙ୍କୁ ତ୍ରିଲୋଚନପୁର ପଞ୍ଚାୟତ ଦାୟିତ୍ବରେ ଅଛନ୍ତି।ଜଣେ ଜଣେ ଯନ୍ତ୍ରୀଙ୍କୁ ଏକାଧିକ ପଞ୍ଚାୟତ ଦାୟିତ୍ଵ ସହିତ ବ୍ଲକ୍ ଅଫିସ୍ରେ କାମ ଦିଆଯାଇଥିବାରୁ କାର୍ଯ୍ୟ ସ୍ଥଳରେ ଅନୁପସ୍ଥିତ ରହୁଥିବା ବେଳେ କାର୍ଯ୍ୟର ତଦାରଖ ସହିତ ସେମାନଙ୍କ ପକ୍ଷେ ଠିକ୍ରେ କାମ ତୁଲାଇବା ସମ୍ଭବ ହେଉ ନାହିଁ। ଆଦିବାସୀ ଅଧ୍ୟୁଷିତ ଏହି ବ୍ଳକର ଅଧିକାଂଶ ପଞ୍ଚାୟତ ଦୁର୍ଗମ ଅଞ୍ଚଳ ରହିଥିବା ଯୋଗୁଁ ବଣ ପାହଡ଼, ନାଳ ଡେଇଁ ପଞ୍ଚାୟତକୁ ଯାଉଥିବା ବେଳେ ଯନ୍ତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯନ୍ତ୍ରୀଙ୍କୁ ଏକାଧିକ ଦାଇତ୍ଵ ଦିଆ ଯାଇ ଥିବାରୁ ପଞ୍ଚାୟତ ଅଧୀନରେ ଚାଲିଥିବା ରାସ୍ତା, ପୋଖରୀ, ଅଙ୍ଗନୱାଡି କେନ୍ଦ୍ର, ପୋଲ, ସ୍କୁଲ ସମେତ ମନରେଗାର ଚାଲିଥିବା ବିଭିନ୍ନ କାର୍ଯ୍ୟ ସ୍ଥଳରେ ଅନୁପସ୍ଥିତ ରହୁଛନ୍ତି।ଏହାର ସୁଯୋଗ ନେଇ ଅଧିକାଂଶ ପଞ୍ଚାୟତର ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟର ଦାଇତ୍ଵ ନେଇଥିବା ବ୍ୟକ୍ତିଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସମୟ ସୀମା ମଧ୍ୟରେ କାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ।ଯନ୍ତ୍ରୀଙ୍କ ଅନୁପସ୍ଥିତ ଓ ଦେଖାରେଖା ଅଭାବରୁ କାମ ମଧ୍ୟ ନିମ୍ନ ମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଏନେଇ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ବର୍ତ୍ତମାନ ବ୍ଳକରେ ୭ ଜଣ ଯନ୍ତ୍ରୀ ଅଛନ୍ତି।ଖାଲି ରହିଥିବା ପଦ କେବେ ପୂରଣ ହେବ କହିପାରିବି ନାହିଁ ବୋଲି ପ୍ରକାଶ କରିଥିଲେ।ଏଣୁ ଏଥିପ୍ରତି କଳାହାଣ୍ଡି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ବ୍ଳକରେ ଖାଲି ପଢିଥିବା ଯନ୍ତ୍ରୀ ପଦକୁ ପୁରଣ କରିବା ପାଇଁ ଅଞ୍ଚଳବାସୀ ଙ୍କ ଦାବି ହେଉଛି।
More Stories
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ