Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

କର୍ମଚାରିଙ୍କ ଅବହେଳା ଯୋଗୁ BSNL ନେଟୱର୍କରେ ସମସ୍ୟା

Spread the love

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ର ଗାଇବା ଗ୍ରାମରେ ଥିବା BSNL ନେଟୱର୍କ ଚାରୋଟି ପଞ୍ଚାୟତ ର ଗ୍ରାମବାସୀ ମାନେ ବ୍ୟବହାର କରନ୍ତି କିଛି ବର୍ଷ ଭଲ ନେଟୱର୍କ ଆସୁଥିଲା କୌଣସି ସମସ୍ୟା ବି ନ ଥିଲା କିନ୍ତୁ ଦୁଃଖ ର ବିଷୟ ହେଲା ବର୍ତମାନ ସମୟରେ ଦୁଇ ଦିନ ନେଟୱର୍କ ରହିଲେ ଚାରିଦିନ ବନ୍ଦ ରହୁଛି କେତେ ଅଭିଯୋଗ ଦେଲେ ମଧ୍ୟ BSNL ଅଫିସ ରେ କୌଣସି ଫଳାଫଳ ମିଳୁ ନାହିଁ. BSNL କାମ କରୁଥିବା କର୍ମଚାରି ମାନଙ୍କ ଅବହେଳା ଯୋଗୁ ତୁରନ୍ତ କାର୍ଯକାରୀ ହେଇପାରୁ ନାହିଁ . ଜନସାଧାରଣ କେହି ମାସିକ ପାଇଁ ତ କେହି ତିନି ମାସ ଯେଉଁ ରିଚାର୍ଜ କରୁଛନ୍ତି ସତ କିନ୍ତୁ ସେହି ରିଚାର୍ଜ କରିଥିବା ଟଙ୍କା ବୃଥାରେ ଯାଉଛି. ଲୋକମାନେ ସେହି ଡାଟା ପେକ ବ୍ୟବହାର କରିପାରୁ ନାହାନ୍ତି .

ଲୋକମାନଙ୍କର ରିଚାର୍ଜ କରିଥିବା ଟଙ୍କା ନଷ୍ଟ ହଉଛି. ଜିଓ ର ରିଚାର୍ଜ ବୃଦ୍ଧି ହେବା ଦିନ ଠାରୁ ଲୋକମାନେ BSNL ପ୍ରତି ମନ ଫେରାଇ ଛନ୍ତି କିନ୍ତୁ BSNL ନେଟୱର୍କ ଦିନେ ଆସି ଦୁଇଦିନ ବନ୍ଦ ରହୁଛି ଟିକେ ବର୍ଷା ହୋଇ ବିଜୁଳି ଚାଲିଗଲେ ନେଟୱର୍କ ବନ୍ଦ ହୋଇ ରହୁଛି ଏଣୁ ଜନସାଧାରଣ ଉକୃଷ୍ଟ ପ୍ରକାଶ କରୁଛନ୍ତି. ଲୋକମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି ଯେ BSNL କର୍ମଚାରି ମାନେ ଜିଓ ନେଟୱର୍କ ଠୁ କିଛି ଲାଞ୍ଚ ନେଇ ବୋଧେ BSNL ନେଟୱର୍କ କୁ ଏ ପରି ବ୍ୟବହାର କରାଯାଉଛି ବୋଲି ଗୁଜବ ସୃଷ୍ଟି ହଉଛି. ଗ୍ରାମ ପଞ୍ଚାୟତ ର ସରପଞ୍ଚ ତିସ୍ନୋ ଭୂୟାଁ ଓ ସମିତି ସଭ୍ୟା ବାସନ୍ତୀ ପାଣି, ୱାର୍ଡ ମେମ୍ବର ସୁଧାକର ଲିମା, ମହେନ୍ଦ୍ର ପ୍ରଧାନ, ପ୍ରସାଦ, ଅଜିତ ବେବର୍ତ୍ତା, ମଧୁ ପାତ୍ର, ବାବୁଲି, ଏହି ଗ୍ରାମବାସୀଙ୍କ ଅଭିଯୋଗ ସ୍ଵତପେ ମଧ୍ୟ ଆଜକୁ ଏକ ସପ୍ତାହ ହେଇ ଗଲାଣି BSNL ନେଟୱର୍କ ବନ୍ଦ ହୋଇ ରହିଛି.

error: Content is protected !!
Breaking News