ଖଲ୍ଲିକୋଟ କଲେଜକୁ ୟୁ.ଜି.ସି. ମାନ୍ୟତା ଦାବି କଲେ ରାମ ପାତ୍ର

Spread the love

ଓଡ଼ିଶାର ପ୍ରମୁଖ ତଥା ବହୁ ପୁରାତନ ମହାବିଦ୍ୟାଳୟ ଖଲ୍ଲିକୋଟ ସଂୟ ଶାସିତ ମହାବିଦ୍ୟାଳୟକୁ ୟୁ.ଜି.ସି.ମାନ୍ୟତା ପ୍ରଦାନ କରିବା ସକାସେ ଉଚିତ୍ ନିୟମକୁ ଆଧାର କରି ପଦକ୍ଷେପ ନେବା ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର ସୋମବାର ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପଠାଇଛନ୍ତି । ଶ୍ରୀ ପାତ୍ରଙ୍କ କହିବା ଅନୁଯାୟୀ ପୂର୍ବତନ ନବୀନ ସରକାର ବିନା କ୍ୟାବିନେଟ୍ ମଞ୍ଜୁରୀରେ ଜନ ସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କ ଜୀବନ ସହ ଖେଳି ୨୦୨୧ ମସିହାରେ ଖଲ୍ଲିକୋଟ କଲେଜକୁ ବିଶ୍ଵ ବିଦ୍ୟାଳୟ ରୂପେ ଘୋଷଣା କରିଥିଲେ ।

ଏଣୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ୟୁ.ଜି.ସି.ରେ ଅନ୍ତଭୁକ୍ତ କରିବା ସକାଶେ ନିୟମ ଅନୁସାରେ ପଦକ୍ଷେପ ନେଇ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ଓ ଆତ୍ମ ବିଶ୍ଵାସ ବଢ଼େଇବାରେ ଉପଯୋଗୀ ହେବ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାସହ ଏହି ବିଦ୍ୟାଳୟ ୧୮୭୮ ମସିହାରେ ସ୍ଥାପିତ ହୋଇଥିବା ସହ ଏହି ବିଦ୍ୟାଳୟରେ ପଢ଼ି ବହୁ ବୈଜ୍ଞାନିକ ଡ଼ାକ୍ତର, ଇଂଜିନିୟର, ରାଜନେତା ଯାହାକି ରାଜ୍ୟ ଓ ରାଜ୍ୟ ବାହାରେ ତଥା ବିଶ୍ବରେ ମଧ୍ଯ ସୁନାମ ଅର୍ଜନ କରିଛନ୍ତି । ଏଣୁ ଏହି ମହାବିଦ୍ୟାଳୟ ଗୁରୁତ୍ବକୁ ହୃଦୟଙ୍ଗମ କରି ୟୁ.ଜି.ସି. ର ମାନ୍ୟତା ସକାସେ ଉଚିତ୍ ପଦକ୍ଷେପ ନିଅନ୍ତୁ ବୋଲି ସ୍ମାରକ ପତ୍ରରେ ଉପସ୍ଥାପନ କରିଥିବା ସୂଚନା ଦେଇଛନ୍ତି।

error: Content is protected !!
Breaking News