Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଖଲ୍ଲିକୋଟ ଏନ୍ଏସି ତାଲା ଭାଙ୍ଗି ଅକ୍ତିଆରକୁ ଆଣିଲା ୯ଟି ଦୋକାନ ଗୃହ

Spread the love

ଖଲ୍ଲିକୋଟ : ଖଲ୍ଲିକୋଟ ଏନ୍ଏସି ଜନସାଧାରଣଙ୍କ ସୁବିଧା ପାଇଁ କରିଥିଲେ ମାର୍କେଟ କମ୍ପ୍ଲେକ୍ସ, ଦୋକାନୀ ମାନେ ଏନ୍ ଏ ସି ଅଧୀନ ରେ ଥିବା ଗୃହ କୁ ଭଡ଼ାରେ ନେଇ ଥିବା ବେଳେ ପୁଣି ସେ ଗୃହ କୁ କେତେକ ଭଡାଟିଆ ଅନ୍ୟ ଜଣକୁ ଭଡ଼ା ଲଗାଇ ତାଙ୍କଠାରୁ ଅଧିକ ଭଡା ପାଉଥିବା ଲୋକଲୋଚନକୁ ଆସିବା ଜଣାପଡୁଛି। ଭଡ଼ାରେ ନେଇ ଥିବା ଦୋକାନୀମାନେ ବର୍ଷ ତମାମ ଭଡା ନ ଦେଇ ଫାଙ୍କିବା ତା ସାଙ୍ଗକୁ ଏନ୍ ଏ ସି ନୋଟିସ୍ ଦେଲେ ସୁଦ୍ଧାତାକୁ ହେୟଜ୍ଞାନ କରିବା ।ଏ ସବୁକୁ ନେଇ
ଖଲ୍ଲିକୋଟ ଏନ୍ଏସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଗ୍ରସର ହୋଇଛି।

ଏ ଅଵସରରେ ଆଜି ସ୍ଥାନୀୟ ଖଲ୍ଲିକୋଟ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାରନାୟକ, ତହସିଲ ଦାର ତଥା ମାଜିଷ୍ଟ୍ରେଟ ସ୍ତରୀୟ ଅଧିକାରୀ ଶ୍ରୀ କୁମାର ରଥ ଓ ଖଲିକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ଙ୍କ ତତ୍ତ୍ଵାବଧାନତାରେମାର୍କେଟ କମ୍ପ୍ଲେକ୍ସ ର ୯ଗୋଟି ଦୋକାନ ତାଲାଝୁଲନ୍ତା ଗୃହ କୁ ଭଙ୍ଗା ଯାଇ , ତା ସ୍ଥାନ ରେଏନ୍ଏସି ନୂତନ ତାଲାବନ୍ଦ କରି ଵାର ପରିଲକ୍ଷିତ ହୋଇଥିଲା। ଏସଂକ୍ରାନ୍ତରେ ଏକପ୍ଲାଟୁନ ଫୋର୍ସ ମୁତୟନ ଥିବା ବେଳେ ଅନ୍ୟପକ୍ଷରେ ଏନ୍ ଏ ସି କର୍ମଚାରୀ ଉପସ୍ଥିତ ଥିଲେ। ଏନ୍ ଏ ସି ଉକ୍ତ ୯ ଗୋଟି ଦୋକାନ ତାଲା ପକାଇ ନିଜର ଅକ୍ତିଆର ରଖିବା କଥାଜଣାଯାଏ। ଖବର ନେବାରୁ ଜଣାପଡିଛି ଯେ,୩ ଜଣ ଭଡାଟିଆଙ୍କ ଠାରୁ ଟ୩୮,୧୦୦/-ଅଠତିରିଶ ହଜାର ଏକ ଶହ ବକେୟା ପାଉଣା ଆଦାୟ ହୋଇ ଛି ।

error: Content is protected !!
Breaking News