ବଲାଙ୍ଗୀର୍ ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ୍ ଥାନା ୩୧/୦୭ ବୁଧବାର ରାତିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ଏକ ସୂତ୍ରରୁ ଖବରପାଇ ଖପ୍ରାଖୋଲ ଥାନା ହରିଶଙ୍କରଛକ ଠାରେ ଦୁଇଟି ବାଇକ୍ କୁ ଯାଞ୍ଚ କରିବା ସମୟରେ ସେମାନଙ୍କ ପାଖରୁ ୧୦ କିଲୋ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ ! ଗଞ୍ଜେଇ ଚୋରାଚାଲାଣକାରି ହେଲେ ଲରମ୍ଭାଥାନା ଦମାଇପାଲି ପଞ୍ଚାୟତ ବଡ଼ଉଡେନ ଗ୍ରାମର କୁମ୍ଭାର ଡେରା ପଡାର ରୋହିତ ରଣା, ଚନ୍ଦ୍ରମଣି ଡାଙ୍ଗ, ଓ ଲାଠୋର୍ ଥାନା ଅନ୍ତର୍ଗତ ଜାମଚୁଆଁ ଗ୍ରାମର ନବୀନ ରଣା ବୋଲି ଜଣାପଡିଛି ! ଏମାନେ ଦୀର୍ଘଦିନ ଧରି ଗଞ୍ଜେଇ ଚୋରାଚାଲାଣ କରୁଥିବା ଶୁଣିବାକୁ ମିଲୁଛି !
ଘଟଣାସ୍ଥଳରେ ଖପ୍ରାଖୋଲ ତହସିଲଦାର୍ ମାଜିଷ୍ଟ୍ରେଟ ଭାବେ ଆଦିତ୍ୟ ମିଶ୍ର ଉପସ୍ତିତ ଥିଲେ ! ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ରୁ ୭୦ ହଜାର ହେବ ବୋଲି ଜଣପଡିଛି ! ଅଭିଯୁକ୍ତ ମାନଙ୍କୁ ଥାନାରେ ଅଧିକ ତଦନ୍ତ କରି କୋର୍ଟଚାଲାଣ କରାହେବ ବୋଲି ଖପ୍ରାଖୋଲ ଥାନା ଅଧିକାରି ନରେନ୍ଦ୍ର ଛତ୍ର ସୂଚନା ଦେଇଛନ୍ତି !
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ