Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ

Spread the love

ଖୋର୍ଦ୍ଧା ଆଜି ଓଡିଶା ର ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଜିଲ୍ଲା ପର୍ଯ୍ୟଟନ ସ୍ଥଳ ଯଥା ବରୁଣେଇ, ଗଡଖୋର୍ଦ୍ଧ, ଅଟ୍ରୀ ପରିଦର୍ଶନ କରି ଏହାର ଉନ୍ନୟନ କାର୍ଯ୍ୟ ପାଇଁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ଏକ ବୈଠକରେ ଯୋଗଦେଇ ସମୀକ୍ଷା କରାଯାଇଥିଲା। ଆଜି ପର୍ଯ୍ୟଟନ ବିଭାଗ ଓ ଓଡିଆ ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ଭବିଷ୍ୟତରେ ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶା ରେ ଯେଉଁ ଋଦ୍ଧିମନ୍ତ ପରମ୍ପରା ଥିଲା ତାହାର ପୁନଃ ସ୍ଥାପିତ କରିବା ଓଡିଆ ଅସ୍ମିତାକୁ ଆଉଥରେ ପ୍ରତିଷ୍ଠା କରିବା ପାଇଁ ଏକ ଯୁଗପୋଯୋଗୀ ପଦକ୍ଷପ ନେବାକୁ ସମୀକ୍ଷା କରାଯାଇଛି ।

ଏହି ପ୍ରକଳ୍ପରେ ଯାହା ସ୍ଥିରୀକୃତ ହୋଇଥିଲା ତାହାକୁ ମୁଖ୍ୟମନ୍ତ୍ରୀ ଆଗେଇନେବେ ଯାହାକି ସମଗ୍ର ଭାରତ ବର୍ଷକୁ ଏକ ସୁନ୍ଦର ଖୋର୍ଦ୍ଧା ଗଡର ବାର୍ତା ପ୍ରଦାନ କରିବ । ଇଣ୍ଡିଆନ ଅଏଲର ୧୯୫କୋଟି ପାଣ୍ଠି ସରକାରଙ୍କର ପ୍ରୋତ୍ସାହନର ସ୍ୱୀକୃତି ଅଛି ଯାହାର ପାଣ୍ଠି ଆହୁରି ବଢାଯିବ ଏବଂ ଏହାକୁ ଏକ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଚେଷ୍ଟା କରାଯିବ ପର୍ଯ୍ୟଟନ ଭିତିଭୂମି ରାଣୀପୋଖରୀର ପୁନରୁଦ୍ଧାର କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସମସ୍ତଙ୍କର ସହଯୋଗରେ ସମ୍ଭବ ହୋଇପାରିବ ବୋଲି କହିଥିଲେ ।


ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ
ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ପର୍ଯ୍ୟଟନ ବିଭାଗର ନିଦେ୍ର୍ଦଶକ ସଚିନ ରାମଚନ୍ଦ୍ର ଯାଦବ, ସ୍ୱତନ୍ତ୍ର ସଚିବ ବାଳମୁକୁନ୍ଦ ଭୂୟାଁ, ସଂସ୍କୃତି ବିଭାଗର ନିଦେ୍ର୍ଦଶକ ସଚିବ ଇଣ୍ଡିଆନ ଅଏଲର ନିଦେ୍ର୍ଦଶକ, ସିଭିଲ ସପ୍ଲାଏ ଅଧ୍ୟକ୍ଷ ସୁଦୀପ୍ତ ରାଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ, ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲାପାଳ ଖୋର୍ଦ୍ଧା ଚଂଚଳ ରାଣା , ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦିପ୍ତିରଞ୍ଜନ ସେଠି ବିଭାଗୀୟ ଅଧିକାରୀ, ରାଜନୈତିକ ଦଳର କର୍ମକର୍ତା ପ୍ରମୁଖ ଯୋଗ ଦେଇଥିଲେ ।

error: Content is protected !!
Breaking News